ସାଇବର କ୍ରାଇମ ଉପରେ ଗବେଷଣା କରିବାକୁ ବ୍ରିଟେନ ଯିବେ ବ୍ରହ୍ମପୁରର ଯୁବ ଇଂଜିନିୟର ଦିନେଶ

ବ୍ରହ୍ମପୁର: ବ୍ରହ୍ମପୁରର ଯୁବ ଇଂଜିନିୟର ଦିନେଶ ପଟ୍ଟନାୟକ । ଦିନେଶ ବ୍ରିଟେନ ଯାଇ ସାଇବାର କ୍ରାଇମ ଉପରେ ଗବେଷଣା କରିବାକୁ ମନୋନୀତ ହୋଇଛନ୍ତି । ସେ ଲଣ୍ଡରେ ବର୍ଷେ ରହି ସାଇବର ସିକ୍ୟୁରିଟି ଆଣ୍ଡ ମ୍ୟାନଜମେଣ୍ଟ୍ ସମ୍ପର୍କରେ ଗବେଷଣା କରିବେ। ଏଥିପାଇଁ ବ୍ରିଟିଶ୍ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ସେ ସେଠାରେ ବ୍ରିଟିଶ୍ ସରକାରଙ୍କ ଛାତ୍ର ବୃତ୍ତିରେ ବର୍ଷକ ପାଇଁ ଗବେଷଣା କରିବେ। ଏହା ଜଣାପଡିବା ପରେ ଦିନେଶଙ୍କ ସାଙ୍ଗସାଥୀ ଓ ପରିବାର ମଧ୍ୟରେ ଖୁସିର […]

dinesh

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 05:08 PM IST

ବ୍ରହ୍ମପୁର: ବ୍ରହ୍ମପୁରର ଯୁବ ଇଂଜିନିୟର ଦିନେଶ ପଟ୍ଟନାୟକ । ଦିନେଶ ବ୍ରିଟେନ ଯାଇ ସାଇବାର କ୍ରାଇମ ଉପରେ ଗବେଷଣା କରିବାକୁ ମନୋନୀତ ହୋଇଛନ୍ତି । ସେ ଲଣ୍ଡରେ ବର୍ଷେ ରହି ସାଇବର ସିକ୍ୟୁରିଟି ଆଣ୍ଡ ମ୍ୟାନଜମେଣ୍ଟ୍ ସମ୍ପର୍କରେ ଗବେଷଣା କରିବେ। ଏଥିପାଇଁ ବ୍ରିଟିଶ୍ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ସେ ସେଠାରେ ବ୍ରିଟିଶ୍ ସରକାରଙ୍କ ଛାତ୍ର ବୃତ୍ତିରେ ବର୍ଷକ ପାଇଁ ଗବେଷଣା କରିବେ। ଏହା ଜଣାପଡିବା ପରେ ଦିନେଶଙ୍କ ସାଙ୍ଗସାଥୀ ଓ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ସୂଚନାଯୋଗ୍ୟ, ଦିନକୁ ଦିନ ସାଇବର କ୍ରାଇମ୍ ବଢୁବାରେ ଲାଗିଛି । ଏଟିଏମ୍ କାର୍ଡକୁ ହ୍ୟାକିଂ କରି ଟଙ୍କା ଉଠାଇବା, ଇଣ୍ଟରନେଟ୍ ଓ ମୋବାଇଲ ଫୋନରେ ଧମକ ଦେବା ଭଳି ଅପରାଧମାନ ବୃଦ୍ଧି ପାଉଛି। ଫେସବୁକ୍ ଭଳି ସୋସିଆଲ ମିଡିଆରେ ମଧ୍ୟ ବଢୁଛି ଅପରାଧ। ଏଥିପାଇଁ ଏବେ ରାଜ୍ୟରେ ବିଭିନ୍ନ ପୋଲିସ ଥାନାରେ ସାଇବର ସେଲ୍ ଖୋଲାଯାଇଛି। ଏପରି ସ୍ଥିତିରେ ଦିନେଶ ଲଣ୍ଡନରେ ଶିକ୍ଷା ଲାଭ କରି ଫେରିବା ପରେ ଏହା ରାଜ୍ୟରେ ଏ ଧରଣର ଅପରାଧ ରୋକିବାକୁ ସହାୟକ ହେବ ବୋଲି ଆଶା କରାଯାଉଛି ।

ଦିନେଶଙ୍କ ପିତା କହିଛନ୍ତି, ଦିନେଶ ଫେରିବା ପରେ ଦେଶ ସେବାରେ ତାଙ୍କ ଶିକ୍ଷାକୁ ଯେପରି ଉପଯୋଗ କରିବେ ଏହା ମୋର ଶେଷ ଇଚ୍ଛା । ସେପଟେ ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ଅମିତାଭ ଠାକୁର ତାଙ୍କ ଉପଲବ୍ଧି ଉପଯୋଗୀ ହେବ ବୋଲି କହିଛନ୍ତି। ଆଜିର ଯୁଗରେ ସାଇରବ କ୍ରାଇମ୍ ଏକ ବଡ ସମସ୍ୟା ହେଇ ଗଲାଣି। ବହୁତ ଲୋକ ସାଇବର କ୍ରାଇମର ଶିକାର ହେଉଛନ୍ତି। ପୋଲିସ ବିଭାଗ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ସାବର ସେଲ କରାଯାଇଛି। ବହ ଅଫିସରଙ୍କୁ ପ୍ରଶିକ୍ଷର ଦିଆଯାଉଛି। ଦିନେଶ ୟୁକେରୁ ଆସିବା ପରେ ବହୁତ କିଛି ଶିଖିକି ଆସିପାରିବେ। ତାଙ୍କ ଉପଲବ୍ଧି ଯେତେବେଳେ ଆମ ପୋଲିସକୁ ସେୟାର କରିବେ ନିହାତି ଅଧିକ ଲାଭବାନ୍ ହୋଇପାରିବୁ। ପୋଲିସର ତଦନ୍ତରେ ଏହା ବେଶ୍ ସହାୟକ ହୋଇ ପାରିବ ବୋଲି ଡିଆଇଜି କହିଛନ୍ତି।

Related story