ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଡିପ୍ ଡିପ୍ରେସନ୍, ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ଉପୂକଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ରଖାଯାଇଛି କୋମେନ୍। ଆଜି ଦିନ ୧୦ଟା ସୁଦ୍ଧା କୋମେନ୍ କୋଲକାତାର ପୂର୍ବ- ଦକ୍ଷିଣ ପୂର୍ବଦିଗରେ ୩୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଏହାର ପ୍ରଭାବରେ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତାସହ ଆସନ୍ତାକାଲି ଓ ଅକ୍ଟୋବର ପହିଲାରେ ମଧ୍ୟର ରାଜ୍ୟର କେତେକ ସ୍ଥାନରେ […]

Met colour

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 01:04 PM IST

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ଉପୂକଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ରଖାଯାଇଛି କୋମେନ୍। ଆଜି ଦିନ ୧୦ଟା ସୁଦ୍ଧା କୋମେନ୍ କୋଲକାତାର ପୂର୍ବ- ଦକ୍ଷିଣ ପୂର୍ବଦିଗରେ ୩୦୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଏହାର ପ୍ରଭାବରେ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତାସହ ଆସନ୍ତାକାଲି ଓ ଅକ୍ଟୋବର ପହିଲାରେ ମଧ୍ୟର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଇଏମଡି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ଥିବାରୁ ମତ୍ସଜୀବୀମାନଙ୍କୁ ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କୂଳ ଅଞ୍ଚଳରେ ୫ ନମ୍ବର ବିପଦ ସଂକେତର ସୂଚନା ଦିଆଯାଇଛି ।

ଏହାସହ ଓଡିଶାର ବିଭିନ୍ନ ଅଞ୍ଚଳରେ କାଲିଠାରୁ ୧ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେକରି ଉତ୍ତର ଓଡିଶା ଏବଂ ମୟୂରଭଞ୍ଚ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡିଶାର କିଛି ସ୍ଥାନରେ ମଧ୍ୟ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବନ୍ୟାସ୍ଥିତି ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ସୁବର୍ଣ୍ଣରେଖା ବନ୍ୟାଜଳ ଏବେ ବି  ବିପଦ ସଙ୍କେତ ଉପରେ ରହିଥିବା ବେଳେ ବୈତରଣୀ ଓ ବୁଢାବଳଙ୍ଗ ବିପଦ ସଙ୍କେତ ତଳେ ରହିଛି। ସୃଷ୍ଟି ହୋଇଥିବା ଘାଇ ଗତକାଲି ସୁଦ୍ଧା ମରାମତି କରାଯିବ ବୋଲି ଜଳ ସମ୍ପଦ ସଚିବ କହିଛନ୍ତି।

ଏପଟେ ଗୁରୁବାର ସନ୍ଧ୍ୟା ୬ଟାରେ ରେଙ୍ଗାଳି ଡ୍ୟାମରୁ ଗୋଟିଏ ଗେଟ୍ ଖୋଲାଯିବ। ତେଣୁ ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ୪ଟି ଜିଲ୍ଳା ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ସତର୍କ ସୂଚନା ଦିଆଯାଇଛି।

Related story