ସାକ୍ଷୀଗୋପାଳ-ପୁରୀ ରେଳ ଲାଇନ୍ ଦୋହରୀକରଣ କାମ ଶେଷ; ଜୁନ୍ ଶେଷ ଆଡକୁ ଚାଲିବ ଟ୍ରେନ୍

ଭୁବନେଶ୍ୱର: ନବକଳେବର ପୂର୍ବରୁ ଶେଷ ହୋଇଯାଇଛି ସାକ୍ଷୀଗୋପାଳ-ପୁରୀ ରେଳ ଲାଇନ୍ ଦୋହରୀକରଣ କାମ। ଚଳିତ ମାସ ଶେଷ ଆଡ଼କୁ ଏହି ଲାଇନରେ ଚାଲିବ ଟ୍ରେନ୍। ସୋମବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ରାଜୀବ ବିଷ୍ଣୋୟୀ। ସେ କହିଥିଲେ, ସାକ୍ଷୀଗୋପାଳ-ପୁରୀ ରେଳଲାଇନ୍ ଦୋହରୀକରଣ କାମ ଶେଷ ହୋଇଯାଇଛି। ନୂଆ ଲାଇନରେ ୩ ଥର ଟ୍ରାଏଲ କରାଯାଇଛି। ଜୁନ୍ ୭ ତାରିଖରେ ପ୍ରଥମ ଥର ପାଇଁ ଟ୍ରାଏଲ କରାଯାଇଥିଲା। ଆଗକୁ ମଧ୍ୟ […]

rajiv

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 05:29 PM IST

ଭୁବନେଶ୍ୱର: ନବକଳେବର ପୂର୍ବରୁ ଶେଷ ହୋଇଯାଇଛି ସାକ୍ଷୀଗୋପାଳ-ପୁରୀ ରେଳ ଲାଇନ୍ ଦୋହରୀକରଣ କାମ। ଚଳିତ ମାସ ଶେଷ ଆଡ଼କୁ ଏହି ଲାଇନରେ ଚାଲିବ ଟ୍ରେନ୍। ସୋମବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ରାଜୀବ ବିଷ୍ଣୋୟୀ।

ସେ କହିଥିଲେ, ସାକ୍ଷୀଗୋପାଳ-ପୁରୀ ରେଳଲାଇନ୍ ଦୋହରୀକରଣ କାମ ଶେଷ ହୋଇଯାଇଛି। ନୂଆ ଲାଇନରେ ୩ ଥର ଟ୍ରାଏଲ କରାଯାଇଛି। ଜୁନ୍ ୭ ତାରିଖରେ ପ୍ରଥମ ଥର ପାଇଁ ଟ୍ରାଏଲ କରାଯାଇଥିଲା। ଆଗକୁ ମଧ୍ୟ ଟ୍ରାଏଲ କରାଯିବ। ଜୁନ୍ ଶେଷ ଆଡକୁ କମିଶନର ଅଫ୍ ରେଲୱେ ସେଫଟି ଆସି ଏହାକୁ ପରିଦର୍ଶନ କରିବେ। ତାଙ୍କ ଠାରୁ ଅନୁମୋଦନ ପାଇବା ପରେ ଏହି ନୂଆ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ସାକ୍ଷୀଗୋପାଳ-ପୁରୀ ରେଳଲାଇନ୍ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଯାଇଥିବା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀକୁ ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇପାରିବ ବୋଲି ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ରାଜୀବ ବିଷ୍ଣୋୟୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀରେ ଦୁଇଟି ପ୍ଲାଟଫର୍ମ କାମ ଶେଷ ହୋଇଯାଇଛି। ସେହିପରି ସେଠାରେ ଏକ ଟୁରିଷ୍ଟ କଂପ୍ଲେକ୍ସ ନିର୍ମାଣ କରାଯାଇଛି। ରଥଯାତ୍ରା ସମୟରେ ଏଠାରେ ବହୁ ଶ୍ରଦ୍ଧାଳୁ ଆଶ୍ରୟ ନେଇପାରିବେ। ପରବର୍ତ୍ତୀ ସମୟରେ ଏହି କଂପ୍ଲେକ୍ସକୁ ଏକ ବହୁତଳ ପ୍ରାସାଦରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ପାଇଁ ଏକ ଲାଉଞ୍ଜ୍ ରହିବ।

ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ଦୁଇଟି ନୂଆ ପ୍ଲାଟଫର୍ମର କାମ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କଥା ବି ଉଠାଇଥିଲେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ରାଜୀବ ବିଷ୍ଣୋୟୀ। ସେ କହିଥିଲେ, ଏହି ରେଳ ଲାଇନର ଖୋର୍ଦ୍ଧା ଠାରୁ ବେଗୁନିଆ ପର୍ଯ୍ୟନ୍ତ ୩୨.୫ କିଲୋମିଟରର କାମ ଶେଷ ହୋଇଯାଇଛି। ଏହି ଲାଇନକୁ ଏକ ଟ୍ରେନ ଦେବା ପାଇଁ ରେଳ ମନ୍ତ୍ରଣାଳୟଙ୍କୁ କୁହାଯାଇଛି। ସେଠାରୁ ସବୁଜ ସଂକେତ ଆସିଲେ ଏହି ରେଳ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ସେହିପରି ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୯ କିଲୋମିଟର ରେଳ ଲାଇନ୍ ବିଚ୍ଛାଯିବା କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ବଲାଙ୍ଗୀର ପଟରୁ ଏହି ରେଳ ଲାଇନର କାମ ଆରମ୍ଭ ହେଉ ବୋଲି ଓଡ଼ିଶା ସରକାର ଚାହୁଁଛନ୍ତି। ତେବେ ଏଥିପାଇଁ ରେଳବାଇର ଆର୍ଥିକ ସମସ୍ୟା ରହିଥିଲା। ତେବେ ଓଡ଼ିଶା ସରକାର ଆର୍ଥିକ ସହାୟତା କରିବାକୁ କହିଥିବାରୁ ଏହି ସମସ୍ୟାର ସମାଧାନ ପ୍ରାୟ ହୋଇଯାଇଛି। ଜମି ଦେବାକୁ ବି ରାଜ୍ୟ ସରକାର ମୌଖିକ ଭାବେ କହିଛନ୍ତି। ଏ ସବୁ ନେଇ ଓଡ଼ିଶା ସରକାର ଓ ରେଳବାଇ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହେବାର ଅଛି। ତା’ପରେ ବଲାଙ୍ଗୀର ପଟରୁ କାର୍ଯ୍ୟ ଆରମ୍ଭ ହୋଇପାରେ।

Related story