ସାଲେପୁରରେ ବାର୍ଡ ଫ୍ଲୁ ଆଶଙ୍କା

କଟକ: କଟକ ଜିଲ୍ଲା ସାଲେପୁର ବାରିଓଳ ଓ କୋଲଣପୁର ଅଞ୍ଚଳରେ ବହୁ ସଂଖ୍ୟାରେ ବଗ ଓ ବିଭିନ୍ନ ପକ୍ଷୀ ମରି ପଡିଛନ୍ତି। ବାର୍ଡ ଫ୍ଲୁ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପକ୍ଷରେ ପଶୁ ସମ୍ପଦ ବିଭାଗ କହିଛି ପରିସ୍ଥିତି ଉପରେ ନଜର ରଖିଛୁ ଓ ମୃତପକ୍ଷୀଙ୍କ ନମୂନା ପରୀକ୍ଷା ପାଇଁ ପଠାଯିବ। ପଶୁ ସମ୍ପଦ ଉପ ନିରୀକ୍ଷକ ସୁସ୍ମିତା ସେଠୀ କହିଛନ୍ତି,“ପକ୍ଷୀଙ୍କ ମୃତ୍ୟୁ ସମ୍ପର୍କରେ ଖବର […]

bird flu

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 09:36 AM IST

କଟକ: କଟକ ଜିଲ୍ଲା ସାଲେପୁର ବାରିଓଳ ଓ କୋଲଣପୁର ଅଞ୍ଚଳରେ ବହୁ ସଂଖ୍ୟାରେ ବଗ ଓ ବିଭିନ୍ନ ପକ୍ଷୀ ମରି ପଡିଛନ୍ତି। ବାର୍ଡ ଫ୍ଲୁ ଯୋଗୁଁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପକ୍ଷରେ ପଶୁ ସମ୍ପଦ ବିଭାଗ କହିଛି ପରିସ୍ଥିତି ଉପରେ ନଜର ରଖିଛୁ ଓ ମୃତପକ୍ଷୀଙ୍କ ନମୂନା ପରୀକ୍ଷା ପାଇଁ ପଠାଯିବ।

ପଶୁ ସମ୍ପଦ ଉପ ନିରୀକ୍ଷକ ସୁସ୍ମିତା ସେଠୀ କହିଛନ୍ତି,“ପକ୍ଷୀଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇଛି। ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜଣାଇଛି।”

Related story