ସାଲେପୁର ଯୁବତୀଙ୍କୁ ଏସିଡ୍ ମାଡ ଘଟଣା:ପୋଲିସର ଖୋଳତାଡ଼ ଜାରି

ସାଲେପୁର: କଟକ ଜିଲ୍ଲା ସାଲେପୁର ଆଜାଦ୍ ବଜାରର ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ ଅଭିଯୋଗ ପରେ ଆରମ୍ଭ ହୋଇଛି ପୋଲିସ ଖୋଳତାଡ଼। ବିଧିବଦ୍ଧ ଭାବେ ଥାନାରେ ଏତଲା ଦାୟର ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ଆକ୍ରମଣର କାରଣ ଏବଂ ଅଭିଯୁକ୍ତ ସଂପର୍କରେ କୌଣସି ଟେର୍ ପାଇନି ପୋଲିସ। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ସଂପୃକ୍ତ ଯୁବତୀ ଜଣକ କମ୍ପ୍ୟୁଟର୍ […]

acid-attack

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 09:20 AM IST

ସାଲେପୁର: କଟକ ଜିଲ୍ଲା ସାଲେପୁର ଆଜାଦ୍ ବଜାରର ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ ଅଭିଯୋଗ ପରେ ଆରମ୍ଭ ହୋଇଛି ପୋଲିସ ଖୋଳତାଡ଼। ବିଧିବଦ୍ଧ ଭାବେ ଥାନାରେ ଏତଲା ଦାୟର ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତନାଘନା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏସିଡ୍ ଆକ୍ରମଣର କାରଣ ଏବଂ ଅଭିଯୁକ୍ତ ସଂପର୍କରେ କୌଣସି ଟେର୍ ପାଇନି ପୋଲିସ। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ସଂପୃକ୍ତ ଯୁବତୀ ଜଣକ କମ୍ପ୍ୟୁଟର୍ କ୍ଲାସ୍ ଯାଉଥିବାବେଳେ ଏକ ଯୁବକ ବାଇକ୍ରେ ଆସି ତାଙ୍କ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲା। ଫଳରେ ଯୁବତୀଙ୍କ ବେକ, ଗାଲ ଓ ଦୁଇ ହାତ ପୋଡିଯାଇଥିବା ଜଣାପଡ଼ିଛି। ତାଙ୍କୁ ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି।

Related story