ଖୋଲିବ ସେଲୁନ୍‌, ପାର୍ଲର; ବିଏମ୍‌ସି ରଖିଲା କଡ଼ା ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଲକ୍‌ଡାଉନ ୪.୦ ରେ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସେଥିପାଇଁ ଗାଇଡ୍‌ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ବିଏମସି ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ମନୋରଂଜନ କାର୍ଯ୍ୟକ୍ରମକୁ ପୂର୍ବଭଳି ବନ୍ଦ ରଖାଯିବ। ସେହିପରି ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ […]

spa-open-in-bbsr

spa-open-in-bbsr

Manoranjan Sial
  • Published: Tuesday, 19 May 2020
  • Updated: 19 May 2020, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଲକ୍‌ଡାଉନ ୪.୦ ରେ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ? ସେଥିପାଇଁ ଗାଇଡ୍‌ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)।

ବିଏମସି ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ମନୋରଂଜନ କାର୍ଯ୍ୟକ୍ରମକୁ ପୂର୍ବଭଳି ବନ୍ଦ ରଖାଯିବ। ସେହିପରି ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଓ ସମାଗମ ଉପରେ ରୋକ ଲଗାଯାଇଛି।

ତେବେ ସ୍ପୋର୍ଟସ କଂପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ। କିନ୍ତୁ ସେଠାକୁ ଦର୍ଶକ ଯାଇପାରିବେ ନାହିଁ। ସେହିପରି ହୋଟେଲ ଓ ଲଜ ବନ୍ଦ ରହିବ। ରେଷ୍ଟୁରାଣ୍ଟରୁ ଲୋକମାନଆ ଖାଦ୍ୟ ଘରକୁ ନେଇପାରିବେ।

ଦୋକାନ, ମଲ୍‌ଟିପ୍ଲେକ୍ସ ଥିବା ୪୦ ହଜାର ବର୍ଗଫୁଟରୁ ବଡ଼ ମଲ ବନ୍ଦ ରହିବ। ସବୁ ପରିବା ଓ ଫଳ ମାର୍କେଟ ବିକେନ୍ଦ୍ରୀକରଣ ଭାବେ ଖୋଲିପାରିବ। ସେଲୁନ, ପାର୍ଲର ଓ ସ୍ପା ଖୋଲିବ। କିନ୍ତୁ ଦୋକାନୀ ମାସ୍କ ଓ ଗ୍ଲୋଭସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାସ୍ତାକଡ଼ ଜଳଖିଆ ଦୋକାନ ଖୋଲିବ। ହେଲେ ଏଠାରେ ଖାଇବାର ଅନୁମତି ନାହିଁ। ଲୋକେ ଖାଦ୍ୟ ପୁଡ଼ିଆ ଘରକୁ ନେଇପାରିବେ।

ଔଷଧ ଦୋକାନ ଛାଡ଼ି ଅନ୍ୟ ସବୁ ସକାଳ ୭ରୁ ସଂଧ୍ୟା ୬ଟା୩୦ ଖୋଲିବ। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ତା’ ଗାଇଡଲାଇନରେ ଉଲ୍ଲେଖ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos