ସମୁଦ୍ର ଜୁଆର ରୋକିବ ଲୁଣା ବନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସମୁଦ୍ର ଜୁଆରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମୀ  ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି […]

sea

sea

Tapas Behera
  • Published: Saturday, 29 May 2021
  • Updated: 29 May 2021, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସମୁଦ୍ର ଜୁଆରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମୀ  ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ପରେ ଏନେଇ ପାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ବାତ୍ୟା ସମୟରେ ଜୁଆର ରୋକିବାକୁ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧକୁ ସୁଦୃଢ ପାଇଁ  ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏଥିପାଇଁ ୬ହଜାରରୁ ୭ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ୧୯ଶହ ୪୪ କୋଟି ଟଙ୍କା ବ୍ୟୟରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀ ଜିଲ୍ଲାରେ ୩୮୦ କିଲୋମିଟର ଉପକୂଳ ବନ୍ଧ ନିର୍ମାଣ ପାଇଁ  ଯୋଜନା ପ୍ରସ୍ତୁତ ହେଉଛି।  ତେବେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତ ଆଡିବନ୍ଧ ସୁଦୃଢୀକରଣ ଏକମାତ୍ର ସମାଧାନ ନୁହେଁ  ଉପକୁଳ ଅଞ୍ଚଳରେ ବାତ୍ୟା ସହ୍ୟ କରିପାରୁଥିବା ଘର ନିର୍ମାଣ ଉପରେ ବି ସେ ଜୋର ଦେଇଛନ୍ତି।

ଏପଟେ ବାତ୍ୟା ଯୋଗୁଁ ରାଜ୍ୟର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବାରମ୍ବାର କ୍ଷତିଗ୍ରସ୍ତ ହେଉଛି । ଏହାର ମୁକାବିଲା ଲାଗି ରାଜ୍ୟ ସରକାର ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏହା ଅନ୍ତର୍ଗତ ବାତ୍ୟା ପ୍ରବଣ ଅଞ୍ଚଳରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ କିମ୍ବା ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଟାଓ୍ୱାର ଲାଇନ ନିର୍ମାଣ ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos