ସମଲେଶ୍ୱରୀ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ରାୟଗଡ଼ା (ମନୋଜ ପାତ୍ର): ଲାଇନ୍‌ଚ୍ୟୁତ ହେଲା ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌। ମାତ୍ର ଏଥିରେ କେହି ଆହତ ହୋଇନାହାଁନ୍ତି। ରାୟଗଡ଼ା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ୍‌ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଉକ୍ତ ରୁଟ୍‌ରେ ଟ୍ରେନ୍‌ ଯାତାୟତ କରିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ କହିଛନ୍ତି। ଅଭିଯୋଗରୁ ପ୍ରକାଶ, ସିଙ୍ଗାପୁର ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଇଞ୍ଜିନରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା। ଚାଳକ ଏହା ଜାଣିପାରି ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କେଉଟଗୁଡ଼ା […]

train accident

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 07:07 PM IST

ରାୟଗଡ଼ା (ମନୋଜ ପାତ୍ର): ଲାଇନ୍‌ଚ୍ୟୁତ ହେଲା ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌। ମାତ୍ର ଏଥିରେ କେହି ଆହତ ହୋଇନାହାଁନ୍ତି। ରାୟଗଡ଼ା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ୍‌ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଉକ୍ତ ରୁଟ୍‌ରେ ଟ୍ରେନ୍‌ ଯାତାୟତ କରିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ କହିଛନ୍ତି।

ଅଭିଯୋଗରୁ ପ୍ରକାଶ, ସିଙ୍ଗାପୁର ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଇଞ୍ଜିନରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା। ଚାଳକ ଏହା ଜାଣିପାରି ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କେଉଟଗୁଡ଼ା ଟ୍ରେନ୍‌ ଇଞ୍ଜିନ୍‌ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଥିଲା। ମାତ୍ର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଅଛି। ସନ୍ଧ୍ୟା ୬.୨୦ ମିନିଟ୍‌ରେ ରିଲିଫ ଟ୍ରେନ୍‌ରେ ବଗି ଗୁଡ଼ିକୁ ରାୟଗଡ଼ା ଆଣାଯାଉଛି। ପରେ ନିର୍ଦ୍ଧାରିତ ଗତିପଥରେ ଯାତ୍ରା କରିବ। ସିଙ୍ଗଲ୍‌ ଲାଇନ୍‌ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି।

Related story