ସମ୍ୱଲପୁର ଆଇଆଇଏମ: ୨୩ରେ ଓରିଏଣ୍ଟେସନ ସେସନ, ୨୪ରୁ ପାଠପଢା

ସମ୍ୱଲପୁର: ସମ୍ୱଲପୁର ଆଇଆଇଏମ ପାଇଁ ୨୩ ତାରିଖରେ ଓରିଏଣ୍ଟେସନ ସେସନ୍ ଓ ଆଉ ୨୪ରୁ ଆରମ୍ଭ ହେବ ପାଠପଢା। ସେଥିପାଇଁ ସବୁ ପ୍ରାକ-ପ୍ରସ୍ତୁତି ଶେଷ ହୋଇଛି।  ମେଣ୍ଟର ଇନଷ୍ଟିଚୁଟ ଆଇଆଇଏମ ଇନ୍ଦୋରର ପ୍ରଫେସର ଓ ୫ ଜଣ ପ୍ରଶାସନିକ ଅଧିକାରୀ ସମ୍ୱଲପୁର ସିଲିକନ ଇନଷ୍ଟିଚ୍ୟୁଟରେ ପହଞ୍ଚି ପ୍ରସ୍ତୁତି କାମ ତଦାରଖ କରିଛନ୍ତି।  ସେହିପରି ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ପଞ୍ଚିଚି ସାରିଛନ୍ତି । ବାକି ରହିଥିବା ନୂଆ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ  ଜୋରସୋରରେ ପ୍ରସ୍ତୁତି ଚାଲିଛି। […]

iim

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 01:56 PM IST

ସମ୍ୱଲପୁର: ସମ୍ୱଲପୁର ଆଇଆଇଏମ ପାଇଁ ୨୩ ତାରିଖରେ ଓରିଏଣ୍ଟେସନ ସେସନ୍ ଓ ଆଉ ୨୪ରୁ ଆରମ୍ଭ ହେବ ପାଠପଢା। ସେଥିପାଇଁ ସବୁ ପ୍ରାକ-ପ୍ରସ୍ତୁତି ଶେଷ ହୋଇଛି।  ମେଣ୍ଟର ଇନଷ୍ଟିଚୁଟ ଆଇଆଇଏମ ଇନ୍ଦୋରର ପ୍ରଫେସର ଓ ୫ ଜଣ ପ୍ରଶାସନିକ ଅଧିକାରୀ ସମ୍ୱଲପୁର ସିଲିକନ ଇନଷ୍ଟିଚ୍ୟୁଟରେ ପହଞ୍ଚି ପ୍ରସ୍ତୁତି କାମ ତଦାରଖ କରିଛନ୍ତି।  ସେହିପରି ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ପଞ୍ଚିଚି ସାରିଛନ୍ତି । ବାକି ରହିଥିବା ନୂଆ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ  ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଇଆଇଏମ ସମ୍ୱଲପୁରର ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟକୁ ସଲଗ୍ନ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରୁ ଘାସ ସଫା କରାଯାଉଛି। ମୁଖ୍ୟ ଫାଟକ ଓ ପ୍ରବେଶ ଦ୍ୱାରରେ ବି ଲାଗିଛି ୱେଲକମ ବ୍ୟାନର। ଦୂରଦୁରାନ୍ତରୁ ଅଟୋ ଯୋଗେ ଆସି ଏଠାରେ ପହଞ୍ଚୁଛନ୍ତି ନାମ ଲେଖାଇଥିବା ଛାତ୍ରଛାତ୍ରୀ। ବୁଧବାର ସକାଳ ୯ ଟାରେ ଆରମ୍ଭ ହେବ ଓରିଏଣ୍ଟେସନ ସେସନ।  ସିଲିକନ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେମାନେ ଆଇଆଇଏମର କ୍ଲାସ ଆରମ୍ଭ ହେବା ପାଇଁ ସେମାନେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଫ।କଲ୍ଟିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲରେ ଅଲଗା ଅଲଗା ବ୍ୟବସ୍ଥା ହୋଇଛି। ତେବେ ୱାଇଫ।ଇ ସମେତ ଏୟାର କଣ୍ଡିସନର ଲଗାଇବା କେତେକାଂଶରେ ବାକି ଅଛି ଯାହା ଶୀଘ୍ର ଶେଷ ହୋଇଯିବ ବୋଲି ସିଲିକନର ନିର୍ଦ୍ଦେଶକ କହିଛନ୍ତି। ଆଇଆଇଏମ ଇନ୍ଦୋର ସେମାନଙ୍କର ଯେଉଁସବୁ ଆବଶ୍ୟକତା ସୂଚୀ ଦେଇଥିଲେ ସେହି ଅନୁସାରେ ବ୍ୟବସ୍ଥା କରାଯାଉଛି ବୋଲି ନିର୍ଦ୍ଦେଶକ ପ୍ରଫେସର ପି.କେ. ମିଶ୍ର କହିଛନ୍ତି।ଆଇଆଇଏମ ଇନ୍ଦୋର ଆଇଆଇଏମ ସମ୍ୱଲପୁରର ମେଣ୍ଟର ଇନଷ୍ଟିଚ୍ୟୁଟ ହୋଇଥିବାରୁ ସମସ୍ତ କାର୍ଯ୍ୟ ତାଙ୍କ ତତ୍ତ୍ୱାବଧାନରେ କରାଯିବ। ଏବେ କେବଳ ଆଇଆଇଏମ ସମ୍ୱଲପୁର ସୋସାଇଟି ଆକ୍ଟରେ ପଞ୍ଜିକୃତ ହୋଇଛି। ଆଗକୁ ବୋର୍ଡ ଅଫ ଡିରେକ୍ଟର ଗଠନ କରାଯିବା ସହ ଅନ୍ୟ କାମ ବାକି ଅଛି ବୋଲି ସୂଚନା ଦେଇଛନ୍ତି ଆଇଆଇଏମ ଇନ୍ଦୋରର ବରିଷ୍ଠ ପ୍ରାଧ୍ୟାପକ ପୱନ କୁମାର ସିଂ। ସେ ନିଜେ ମଧ୍ୟ ଏଠାରେ ଶିକ୍ଷାଦାନ କରିବେ ବୋଲି କହିଛନ୍ତି। ବିଳମ୍ୱରେ ପାଠପଢା ଆରମ୍ଭ ହେବାକୁ ଯାଉଥିବାରୁ ପଢାପଢି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି। ୨୩ ତାରିଖ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ କ’ଣ ସବୁ କରାଯିବ ସେ ନେଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଇଆଇଏମ ସମ୍ୱଲପୁରରେ ପଢିବା ପାଇଁ ବର୍ଷକୁ ୫ଲକ୍ଷ ଟଙ୍କା ହିସାବରେ ୨ବର୍ଷକୁ ୧୦ ଲକ୍ଷ ଟଙ୍କ।ର କୋର୍ସ ଫି’ ଧାର୍ଯ୍ୟ କରାଯାଇଛି।

Related story