ସମ୍ୱଲପୁର ଓ ଗଞ୍ଜାମରେ ନିର୍ବାଚନୀ ହିଂସା, ୩ ଗୁରୁତର

ସମ୍ୱଲପୁର/ବ୍ରହ୍ମପୁର: ସମ୍ୱଲପୁର ଓ ଗଞ୍ଜାମରେ ଗତକାଲି ଘଟିଥିବା ନିର୍ବାଚନୀ ହିଂସାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଟଙ୍କା ବାଣ୍ଟିବା ପାଇଁ ଗତକାଲି ଜଣେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ସମର୍ଥକମାନେ ସମ୍ୱଲପୁର ଜିଲ୍ଲା ଖଜୁରିପାଲିକୁ ଆସିଥିଲେ। ମାତ୍ର ଉକ୍ତ ଗାଁର ମଦନ ମୋହନ […]

ganjam election

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 08:59 AM IST

ସମ୍ୱଲପୁର/ବ୍ରହ୍ମପୁର: ସମ୍ୱଲପୁର ଓ ଗଞ୍ଜାମରେ ଗତକାଲି ଘଟିଥିବା ନିର୍ବାଚନୀ ହିଂସାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଟଙ୍କା ବାଣ୍ଟିବା ପାଇଁ ଗତକାଲି ଜଣେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ସମର୍ଥକମାନେ ସମ୍ୱଲପୁର ଜିଲ୍ଲା ଖଜୁରିପାଲିକୁ ଆସିଥିଲେ। ମାତ୍ର ଉକ୍ତ ଗାଁର ମଦନ ମୋହନ ପ୍ରଧାନ ଓ ଚାମ୍ପରଗଡ଼ ଗାଁର କ୍ଷୀରୋଦ ରାଉତ ସେମାନଙ୍କୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ମଦନ ଓ କ୍ଷୀରୋଦଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ଗାଁରେ ଦୁର୍ବୃତ୍ତଙ୍କ ଗୁଳିରେ ଜଗା ପାତ୍ର ନାମକ ଜଣେ ବିଜେଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ଯୁବକ ବାଇକ୍‌ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ଜଗାଙ୍କୁ ଗୁରୁତର ଅବସ୍ଥା ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଆସ୍କା-ଧରାକୋଟ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Related story