ସମ୍ବଲପୁର ଡବଲ୍ ମର୍ଡର ପଛର ଲୋମଟାଙ୍କୁରା କାହାଣୀ: ୪ ଗିରଫ

ସମ୍ବଲପୁର :ସମ୍ବଲପୁର ଡବଲ୍ ମର୍ଡର ପଛର ଲୋମଟାଙ୍କୁରା କାହାଣୀକୁ ନେଇ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ, ଝିଅ, ବୋହୂଙ୍କୁ କମେଣ୍ଟ ଓ ବାରମ୍ବାର ଅଶ୍ଳୀଳ ବ୍ୟବହାର ଅସହ୍ୟ ହେବାରୁ ନୃଶଂସତାର ଶେଷ ସୀମା ଟପିଗଲେ ଅଭିଯୁକ୍ତ ପରିବାର। କିନ୍ତୁ ଯିଏ ଟାର୍ଗେଟ୍‌ରେ ଥିଲା ସେ ବର୍ତ୍ତିଗଲା। ବଳିପଡ଼ିଗଲେ ଗଣ୍ଡଗୋଳ ପାଇଁ ଆସିଥିବା ଗୋଟିଏ ପରିବାରର ଚାରି ଭାଇଙ୍କ ମଧ୍ୟରୁ ୨ ଭାଇ। ଗତକାଲି ରାତିରେ ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗାଁରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ପୁଲିସ […]

86f

86f

Tapas Behera
  • Published: Tuesday, 24 September 2019
  • Updated: 24 September 2019, 08:20 PM IST

Sports

Latest News

ସମ୍ବଲପୁର :ସମ୍ବଲପୁର ଡବଲ୍ ମର୍ଡର ପଛର ଲୋମଟାଙ୍କୁରା କାହାଣୀକୁ ନେଇ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ, ଝିଅ, ବୋହୂଙ୍କୁ କମେଣ୍ଟ ଓ ବାରମ୍ବାର ଅଶ୍ଳୀଳ ବ୍ୟବହାର ଅସହ୍ୟ ହେବାରୁ ନୃଶଂସତାର ଶେଷ ସୀମା ଟପିଗଲେ ଅଭିଯୁକ୍ତ ପରିବାର।

କିନ୍ତୁ ଯିଏ ଟାର୍ଗେଟ୍‌ରେ ଥିଲା ସେ ବର୍ତ୍ତିଗଲା। ବଳିପଡ଼ିଗଲେ ଗଣ୍ଡଗୋଳ ପାଇଁ ଆସିଥିବା ଗୋଟିଏ ପରିବାରର ଚାରି ଭାଇଙ୍କ ମଧ୍ୟରୁ ୨ ଭାଇ। ଗତକାଲି ରାତିରେ ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗାଁରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।

ସମ୍ବଲପୁର ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗାଁରେ ଗତ ରାତିରେ ରକ୍ତର ସୁଅ ଛୁଟିବା ପରେ ଆଜି ସକାଳର ଦୃଶ୍ୟ ଥିଲା ଛାତି ଥରା। ଗାଁ ଦାଣ୍ଡରେ ପାଖାପାଖି ପଡ଼ିଥିଲା ଦୁଇଟି ମୃତଦେହ। ସେଇ ଗାଁର ତଳପଡ଼ାର ଦୁଇ ଭାଇ ଅରବିନ୍ଦ କୁମୁରା ଓ ଶକ୍ତିଭୂଷଣ କୁମୁରା।

ହେଲେ ସୌଭାଗ୍ୟକୁ ମୃତ୍ୟୁ ମୁହଁରୁ ବର୍ତ୍ତିଯାଇଥିବା ଅରବିନ୍ଦର ସାନଭାଇ ଅଭିଯୋଗ କରିଛନ୍ତି ଏକ ଗଣ୍ଡଗୋଳର ମୀମାଂସା ପାଇଁ ଆସିଥିବା ବେଳେ ଗାଁର ବିଦ୍ୟାଧର ଭୋଇ ଓ ତାଙ୍କ ଭାଇମାନେ ଏଇ ହତ୍ୟାକାଣ୍ଡ ଭିଆଇଛନ୍ତି। ହେଲେ ଗାଁ ଲୋକଙ୍କ କହିବା ଅନୁଯାୟୀ, ଏ ମହାଭାରତର ମାଷ୍ଟରମାଇଣ୍ଡ ପୁଲିସ୍ କବଜାରେ ଥିବା ଏଇ ବ୍ୟକ୍ତି ଦିଲେଶ୍ୱର ଭୁଏ।

ଅଭିଯୋଗ ଅନୁଯାୟୀ ଦିଲେଶ୍ୱର ଅଭ୍ୟାସଗତ ଭାବେ ମଦ ପିଇ ଝିଅ ବୋହୂଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରେ। ଗତକାଲି ଏଇ କାରଣ ପାଇଁ ଭୋଇ ପରିବାର ସହ ତାର ଗଣ୍ଡଗୋଳ ହୋଇଥିଲା । ଆଉ ଭୋଇ ପରିବାରକୁ ପାନେ ଦେବା ପାଇଁ ପୂର୍ବ ଯୋଜନା ମୁତାବକ ରାତି ପ୍ରାୟ ୮ଟା ବେଳେ ଦିଲେଶ୍ୱର, କୁମୁରା ପରିବାରର ଭାଇ ମାନଙ୍କୁ ଡକାଇ ଆଣିଥିଲା। ଏହାପରେ ସମସ୍ତେ ମିଳିତ ଭାବେ ଭୋଇ ପରିବାର ସହ ମୁହାମୁହିଁ ହୋଇଥିଲେ।

ରାତି ସମୟ ହୋଇଥିବାରୁ ଗଣ୍ଡଗୋଳ ଭିତରେ ଭୋଇପରିବାର ସଦସ୍ୟ କୁମୁରା ପରିବାରର ଚାରି ଭାଇଙ୍କ ଉପରେ ଭୟଙ୍କର ଆକ୍ରମଣ କରିଥିଲେ। ଏପରିକି କାଠ ଗଣ୍ଡି ଉପରେ ଜଣ ଜଣକରି ତିନିଜଣଙ୍କ ଗୋଡ଼ ରଖି ହାଣି ଛିଡେଇ ଦେବାରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ କୁମୁରା ପରିବାରର ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ଭାଇଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା।

ଘଟଣା ପରେ ଏବେ ଗାଁରେ ପୁଲିସ୍ ଛାଉଣୀ। ପୁଲିସ୍ ଦିଲେଶ୍ୱର ଭୁଏ ସମେତ ହତ୍ୟା ଅଭିଯୁକ୍ତ ପରିବାରର ୪ ଜଣଙ୍କୁ ଗିରଫ କରିଛି। ଆଉ ଅଭିଯୁକ୍ତଙ୍କ ଭିତରୁ ସୁରେନ୍ଦ୍ର ଭୋଇ, ଜଣଙ୍କ ଘରେ ଲୁଚିଥିବା ବେଳେ  ପୁଲିସ ତାକୁ ଗିରଫ କରିଛି। ତେବେ ଗଣ୍ଡଗୋଳ ଓ ହତ୍ୟା ପଛର ପ୍ରକୃତ କାରଣ କଣ ତାର ତଦନ୍ତ କରାଯାଉଛି ଏବଂ ଘଟଣାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos