ସମ୍ବଲପୁର: ଜୋତା ଗୋଦାମରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁରର କୁମ୍ଭାରପଡ଼ାରେ ଥିବା ଏକ ୩ ମହଲା ବିଶିଷ୍ଟ ଜୋତା ଗୋଦାମରେ ଗତକାଲି ରାତି ପ୍ରାୟ ୩ଟାରେ ନିଆଁ ଲାଗିଯିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜୋତା ଓ ଚପଲ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ କେହି ହତାହତ ହୋଇନାହାନ୍ତି। ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗୋଦାମରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ବିଭାଗ ଅନୁମାନ କରୁଛି। ଏହି […]

sambalpur

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 08:02 AM IST

ସମ୍ବଲପୁର: ସମ୍ବଲପୁରର କୁମ୍ଭାରପଡ଼ାରେ ଥିବା ଏକ ୩ ମହଲା ବିଶିଷ୍ଟ ଜୋତା ଗୋଦାମରେ ଗତକାଲି ରାତି ପ୍ରାୟ ୩ଟାରେ ନିଆଁ ଲାଗିଯିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜୋତା ଓ ଚପଲ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ କେହି ହତାହତ ହୋଇନାହାନ୍ତି। ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗୋଦାମରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ବିଭାଗ ଅନୁମାନ କରୁଛି।

ଏହି ଜୋତା ଗୋଦାମରେ କେହି ରହୁ ନ ଥିଲେ। ନିଆଁ ଲାଗି ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।

Related story