ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୩ ଶିଶୁ ଜୀବନ୍ତ ଦଗ୍ଧ

ସମ୍ବଲପୁର: ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ସମ୍ୱଲପୁର ଜିଲ୍ଲା ଶାସନ ଥାନା ରାଣୀଖେଣ୍ଡା ଗାଁରେ ଘଟିଛି। ମାତ୍ର କେଉଁ ପରିସ୍ଥିତିରେ ରୋଷେଇ ଗ୍ୟାସ ବିସ୍ଫୋରଣ ଘଟିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ରାଣୀଖେଣ୍ଡା ଗାଁରେ ଏକ ଭଡ଼ା ଘରେ ରହୁଥିଲେ ନରୋତ୍ତମ ଜଗତଙ୍କ ପରିବାର। ଆଜି ରାତିରେ ଏକ କାର୍ଯ୍ୟକ୍ରମ ପାଇଁ ସମଗ୍ର ପରିବାର ଓ ବନ୍ଧୁବାନ୍ଧବ ଏକତ୍ର ହୋଇଥିଲେ। ତେବେ ହଠାତ୍‌ ଗ୍ୟାସ ସିଲିଣ୍ଡର […]

download

Rakesh Mallick
  • Published: Wednesday, 16 August 2017
  • , Updated: 17 August 2017, 06:56 AM IST

ସମ୍ବଲପୁର: ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ସମ୍ୱଲପୁର ଜିଲ୍ଲା ଶାସନ ଥାନା ରାଣୀଖେଣ୍ଡା ଗାଁରେ ଘଟିଛି। ମାତ୍ର କେଉଁ ପରିସ୍ଥିତିରେ ରୋଷେଇ ଗ୍ୟାସ ବିସ୍ଫୋରଣ ଘଟିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ରାଣୀଖେଣ୍ଡା ଗାଁରେ ଏକ ଭଡ଼ା ଘରେ ରହୁଥିଲେ ନରୋତ୍ତମ ଜଗତଙ୍କ ପରିବାର। ଆଜି ରାତିରେ ଏକ କାର୍ଯ୍ୟକ୍ରମ ପାଇଁ ସମଗ୍ର ପରିବାର ଓ ବନ୍ଧୁବାନ୍ଧବ ଏକତ୍ର ହୋଇଥିଲେ। ତେବେ ହଠାତ୍‌ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାକୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ପୂର୍ବରୁ ରାଉରକେଲାରେ ଏକ ଅଟୋ ଚାଳକଙ୍କ ଘରେ ଗ୍ୟାସ ଲିକ୍‌ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ଏହି ଘଟଣାରେ ଗ୍ୟାସ ବିତରକ ସଂସ୍ଥାର କେତେକ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା। ଏପରି ନିଷ୍ପତ୍ତିକୁ ଗ୍ୟାସ ବିତରକ ସଂଘ ବିରୋଧ କରିଥିଲା।

Related story