ସମ୍ବଲପୁର: ତହସିଲ୍ ଅଫିସ୍ ସ୍ଥାନାନ୍ତର ନିଷ୍ପତ୍ତିକୁ ଓକିଲ ସଂଘର ବିରୋଧ

ସମ୍ବଲପୁର: ସମ୍ୱଲପୁର କୋର୍ଟ ପରିସରରେ ଥିବା ସଦର ତହସିଲ ଅଫିସକୁ ଜେଲଛକଠାରେ ଥିବା ନବ ନିର୍ମିତ କୋଠାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଜିଲ୍ଲା ଓକିଲ ସଂଘ।  ସଂଘ ପକ୍ଷରୁ  ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ଯେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲ ଅଫିସକୁ ନୂଆ ସ୍ଥାନକୁ ଉଠାଇ ନିଆଯାଏ  ତା’ହେଲେ ଏହାକୁ ତୀବ୍ର ବିରୋଧ କରାଯିବ। କୋର୍ଟ ପାଖରେ ତହସିଲ ଅଫିସ୍ ଥିବାରୁ […]

Amarntah-Yartra

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 10:33 AM IST

ସମ୍ବଲପୁର: ସମ୍ୱଲପୁର କୋର୍ଟ ପରିସରରେ ଥିବା ସଦର ତହସିଲ ଅଫିସକୁ ଜେଲଛକଠାରେ ଥିବା ନବ ନିର୍ମିତ କୋଠାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଜିଲ୍ଲା ଓକିଲ ସଂଘ।  ସଂଘ ପକ୍ଷରୁ  ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ଯେ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲ ଅଫିସକୁ ନୂଆ ସ୍ଥାନକୁ ଉଠାଇ ନିଆଯାଏ  ତା’ହେଲେ ଏହାକୁ ତୀବ୍ର ବିରୋଧ କରାଯିବ। କୋର୍ଟ ପାଖରେ ତହସିଲ ଅଫିସ୍ ଥିବାରୁ ଲୋକମାନଙ୍କର ବେଶ ସୁବିଧା ହେଉଛି। ବିଶେଷ କରି ଉଭୟ କୋର୍ଟ ଓ ତହସିଲ ଅଫିସରେ କାମ ଥିବା ଲୋକଙ୍କ ପାଇଁ ଏହା ସୁବିଧା ହେବ। କିନ୍ତୁ ପ୍ରସ୍ତାବିତ ନୂଆ କୋଠାଟି କୋର୍ଟ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବାରୁ ଲୋକେ ଅଯଥାରେ ହଇରାଣ ହେବେ।

Related story