ତପସ୍ୱିନୀ ଏକ୍ସପ୍ରେସ୍‌ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ଷ୍ଟେସନ୍‌ରୁ ଆଜି ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ୍‌ର S-1 ବଗିର ଶୌଚାଳୟର ଝରକା ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ରେଳ ଯାତ୍ରୀମାନେ ମୃତଦେହ ଦେଖି ଜିଆର୍‌ପି ଓ ଆର୍‌ପିଏଫ୍‌ଙ୍କୁ ଖବର ଦେଇଥିଲେ। ଖବର ପାଇ ଜିଆର୍‌ପି ମୃତଦେହ ଉଦ୍ଧାର କରିଥିଲା। ହେଲେ କିଏ ଓ କାହିଁକି ଏବଂ କିଭଳି ପରିସ୍ଥିତିରେ ଟ୍ରେନ୍‌ରେ ମୃତଦେହ ପକାଇ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ହୋଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ […]

sambalpur

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 11:47 AM IST

ସମ୍ୱଲପୁର: ସମ୍ୱଲପୁର ଷ୍ଟେସନ୍‌ରୁ ଆଜି ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ୍‌ର S-1 ବଗିର ଶୌଚାଳୟର ଝରକା ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

ରେଳ ଯାତ୍ରୀମାନେ ମୃତଦେହ ଦେଖି ଜିଆର୍‌ପି ଓ ଆର୍‌ପିଏଫ୍‌ଙ୍କୁ ଖବର ଦେଇଥିଲେ। ଖବର ପାଇ ଜିଆର୍‌ପି ମୃତଦେହ ଉଦ୍ଧାର କରିଥିଲା। ହେଲେ କିଏ ଓ କାହିଁକି ଏବଂ କିଭଳି ପରିସ୍ଥିତିରେ ଟ୍ରେନ୍‌ରେ ମୃତଦେହ ପକାଇ ଚାଲିଯାଇଛନ୍ତି ତାହା ସ୍ପଷ୍ଟ ହୋଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଆରପି ଏଏସ୍‌ଆଇ ନିରଞ୍ଜନ ଦାସ କହିଛନ୍ତି।

Related story