ମୁହାଁମୁହିଁ ଧକ୍କା ପରେ ଜଳିଗଲା ହାଇୱା ଓ ଟ୍ରକ୍, ଜଣେ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର-ସୋନପୁର ରାସ୍ତାର ଭତରା ଶଙ୍କରମଠ ନିକଟରେ ଆଜି ରାତି ପ୍ରାୟ ଦୁଇଟା ବେଳେ ଏକ ଟ୍ରକ୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ନିଆଁରେ ଟ୍ରକ୍‌ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ଘର ଦେବଗଡ଼ ଜିଲ୍ଲା ତେଲିମୁଣ୍ଡାରେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲା। ତେବେ ସେତେବେଳକୁ ଟ୍ରକ୍ ହେଲପର ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। […]

sbpaccident

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 08:18 AM IST

ସମ୍ବଲପୁର: ସମ୍ବଲପୁର-ସୋନପୁର ରାସ୍ତାର ଭତରା ଶଙ୍କରମଠ ନିକଟରେ ଆଜି ରାତି ପ୍ରାୟ ଦୁଇଟା ବେଳେ ଏକ ଟ୍ରକ୍ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ନିଆଁରେ ଟ୍ରକ୍‌ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ଘର ଦେବଗଡ଼ ଜିଲ୍ଲା ତେଲିମୁଣ୍ଡାରେ ବୋଲି ଜଣାପଡ଼ିଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲା। ତେବେ ସେତେବେଳକୁ ଟ୍ରକ୍ ହେଲପର ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଧନୁପାଲି ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story