Advertisment

ଚାଷୀ ଙ୍କ ପାଇଁ କାଳ ସାଜିଲା ବର୍ଷା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ୱଲପୁରରେ ଚାଷୀ ଙ୍କ ପାଇଁ କାଳ ସାଜିଲା ବର୍ଷା। ବିଭିନ୍ନ  ସ୍ଥାନରେ ବର୍ଷା ଯୋଗୁ  ପାଚିଲା ଧାନ ଗଜା ହୋଇଯିବା କାରଣରୁ ଅମଳ ହୋଇପାରିନାହିଁ । ଏବେ ବି ସେଇ ଅବସ୍ଥାରେ କ୍ଷେତରେ ପଡି ରହିଛି । ଯେତିକି ଧାନ ଅମଳ ହୋଇଛି ସେ ସବୁର ରଙ୍ଗ ଖରାପ ହୋଇଯାଇଥିବାରୁ ବିକ୍ରି କରିବା କଷ୍ଟକର ହୋଇପଡିଛି । କିନ୍ତୁ ଏଯାଏ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତି ପୂରଣ ଦେବା ପାଇଁ ବି  ପ୍ରକ୍ରିୟା  ଆରମ୍ଭ […]

author-image
Tapas Behera
ଚାଷୀ ଙ୍କ ପାଇଁ କାଳ ସାଜିଲା ବର୍ଷା

6hm

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ୱଲପୁରରେ ଚାଷୀ ଙ୍କ ପାଇଁ କାଳ ସାଜିଲା ବର୍ଷା। ବିଭିନ୍ନ  ସ୍ଥାନରେ ବର୍ଷା ଯୋଗୁ  ପାଚିଲା ଧାନ ଗଜା ହୋଇଯିବା କାରଣରୁ ଅମଳ ହୋଇପାରିନାହିଁ । ଏବେ ବି ସେଇ ଅବସ୍ଥାରେ କ୍ଷେତରେ ପଡି ରହିଛି । ଯେତିକି ଧାନ ଅମଳ ହୋଇଛି ସେ ସବୁର ରଙ୍ଗ ଖରାପ ହୋଇଯାଇଥିବାରୁ ବିକ୍ରି କରିବା କଷ୍ଟକର ହୋଇପଡିଛି । କିନ୍ତୁ ଏଯାଏ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତି ପୂରଣ ଦେବା ପାଇଁ ବି  ପ୍ରକ୍ରିୟା  ଆରମ୍ଭ ହୋଇନି । କୃଷି ଉପ-ନିର୍ଦ୍ଦେଶକ କହିଛନ୍ତି ଯେ , ରାଜସ୍ଵ ଓ କୃଷି ବିଭାଗ ର ମିଳିତ ଆକଳନ ପାଇଁ ଏଯାଏ ଉପରୁ ନିର୍ଦ୍ଦେଶ ଆସିନି।

Advertisment

ଧାନ କ୍ଷେତରେ ଲୋଟି ପଡିଛି ପାଚିଲା ଧାନ । କେଉଁଠି ଧାନ ଗଜା ହୋଇ ଯାଇଛି ତ  ଆଉ କେଉଁଠି ବଡ ବଡ ଗଛ ହୋଇ ଗଲାଣି । ଅବସ୍ଥା ଏପରି ହୋଇଛି ଯେ ଧାନ କ୍ଷେତରେ ପହ୍ଲା ପଡିଥିବା ଭଳି ଭ୍ରମ ସୃଷ୍ଟି ହେଉଛି । କେତେକ ଧାନ କ୍ଷେତରେ ଏବେ ବି ପାଣି ରେ ବୁଡି ରହିଛି ଧାନଗଛ ।  ଏସବୁ ଦେଖି ଚାଷୀର ଛାତି ସତେ ଯେମିତି କୋରି ହୋଇଯାଉଛି । ଯେଉଁ ସମୟରେ ପାଚିଲା ଧାନକୁ ଅମଳ କରି ବିକିଥାନ୍ତା ଏବେ ସେହି ଧାନ ଗଜା ହୋଇ ନଷ୍ଟ ହୋଇଗଲା । ଏଥି ସହିତ ପରିଶ୍ରମ ଓ  ଖର୍ଚ୍ଚ ବି ବେକାର ଗଲା । ବର୍ଷା ଯୋଗୁଁ ପାଚିଲା ଧାନଗଛ ତଳେ ପଡିଗଲା ଓ କ୍ଷେତକୁ ଆଉ ଧାନ କଟା  ମେସିନ ବି ପଶିପାରିଲାନି । ଫଳରେ ଆଉ ଅମଳ କରି ହେଲାନି । ପାଣି କମିବା ପରେ ଉଚ୍ଚା ଜମିରେ ତଳେ ପଡିଯାଇ ଧାନକୁ ଦାଆ ରେ କାଟି ଅମଳ କରିବାକୁ ଚେଷ୍ଟା କରୁଛି ଚାଷୀ କିନ୍ତୁ ସେହି ଧାନର ରଙ୍ଗ ପାଣିରେ ବୁଡି ରହିବା ଯୋଗୁଁ ଖରାପ ହୋଇଯାଇଛି । । ଏଇ ଭିତରେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଯେ କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇନାହିଁ । ଅନ୍ୟ ପକ୍ଷରେ ଖରିଫ ଧାନ ପାଇଁ ପହ୍ଲା ପକାଇବା କାମ ବି କରିବାକୁ ପଡିବ । କିନ୍ତୁ ରବି ଧାନ ଅମଳ ହୋଇ ପାରି ନ ଥିବାରୁ ତାହା ଚାଷୀର ଆର୍ଥିକ ମେରୁଦଣ୍ଡ କୁ ଦ୍ଭାଙ୍ଗି ଦେଇଛି।

ଚାଷୀଙ୍କ ସମସ୍ୟା ନେଇ ଉପ କୃଷି ନିର୍ଦ୍ଦେଶକଙ୍କ କହିବା କଥା ହେଲା ଯେ ରାଜସ୍ଵ ବିଭାଗ ସହ ମିଳି କ୍ଷୟ କ୍ଷତି ଆକଳନ କରିବା ପାଇଁ ଉପରୁ କିଛି ନିର୍ଦ୍ଦେଶ ଆସିନାହିଁ । କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ଫସଲ କ୍ଷୟ କ୍ଷତିର ଆକଳନ କରି ରିପୋର୍ଟ ଦେଲେ ଯାଇ କ୍ଷତିପୂରଣ ରାଶି ମିଳିପାରିବ ।

Advertisment