ସମ୍ବଲପୁର: ୨୦ ହଜାର ଟଙ୍କ।ରେ ଦୁଇ ନାବାଳିକା ଝିଅଙ୍କୁ ବିକିଦେଲେ ବାପା-ମାଆ। ନିଜ ବାପା-ମାଆଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ଝିଅ। ସମ୍ୱଲପୁର ଟାଉନ୍ ଥାନା ଅନ୍ତର୍ଗତ ଚେରୁଆପଡ଼ା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗକାରିଣୀ ବଡ଼ ଝିଅ ପୁଷ୍ପା ସାହା କିଛି ମହିଳା ସ୍ୱେଚ୍ଛାସେବୀଙ୍କ ସହ ସମ୍ୱଲପୁର ଟାଉନ୍ ଥାନା ଆସି ଏଭଳି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଚେରୁଆପଡ଼ା ଅଞ୍ଚଳରେ ରହୁଥିବା ମନଭୋଲା ନାୟକ ଓ ତାଙ୍କ ପତ୍ନୀ ପ୍ରଭାସିନୀ ଜଣେ ପଡେ଼ାଶୀଙ୍କ ଜରିଆରେ ୧୩ବର୍ଷର ଝିଅ ଜୟନ୍ତୀ ଓ ୧୪ବର୍ଷର ଝିଅ ଅଞ୍ଜଳୀକୁ ମଧ୍ୟପ୍ରଦେଶର ପଥୁରିଆ ଅଞ୍ଚଳରେ ୨୦ ହଜାର ଟଙ୍କ।ରେ ବିକ୍ରି କରିଦେଇଛନ୍ତି। ତେବେ ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଏହା ଝିଅ ବିକ୍ରି ନୁହେଁ ବରଂ ଅଭିଯୁକ୍ତ ବାପା-ମାଆ ଦୁଇ ଝିଅଙ୍କୁ ମଧ୍ୟପ୍ରଦେଶରେ ବାହା କରି ଦେଇଛନ୍ତି। ଉଭୟଙ୍କୁ ଉଦ୍ଧାର କରିବା ଲାଗି ଏକ ଟିମ୍ ମଧ୍ୟପ୍ରଦେଶ ଯାଇଥିବା ସମ୍ୱଲପୁର ସଦର ଏସଡିଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।