ଧାରଣାରେ ବସିଲେ ସମ୍ବିତ ପାତ୍ର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ  ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର  । ଜମି ବିକ୍ରି ପଛରେ ବଡ କାରସାଦି ଥିବା ସେ ଅଭିଯୋଗ କରିଛନ୍ତି । ଧର୍ମଶାଳା ଜାଗାରେ କେବଳ ଧର୍ମଶାଳା କରାଯାଉ ବୋଲି ସେ ଦାବି କରିଛନ୍ତି  ଗତ କିଛି ଦିନ ଧରି ବଗଲା ଧର୍ମଶାଳା ବିକ୍ରିକୁ […]

790

790

Tapas Behera
  • Published: Saturday, 22 August 2020
  • Updated: 22 August 2020, 04:06 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ  ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର  । ଜମି ବିକ୍ରି ପଛରେ ବଡ କାରସାଦି ଥିବା ସେ ଅଭିଯୋଗ କରିଛନ୍ତି । ଧର୍ମଶାଳା ଜାଗାରେ କେବଳ ଧର୍ମଶାଳା କରାଯାଉ ବୋଲି ସେ ଦାବି କରିଛନ୍ତି  ଗତ କିଛି ଦିନ ଧରି ବଗଲା ଧର୍ମଶାଳା ବିକ୍ରିକୁ ନେଇ ବିବାଦ ଦେଖାଦେଇଛି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି । ଗତକାଲି ବିଜେପି ପକ୍ଷରୁ ଏହା ବିରୋଧରେ ପ୍ରତିବାଦ କରାଯାଇଥିଲା।

https://youtu.be/5Ctz2XnpyiI

ସୂଚନା ଅନୁସାରେ ପୁରୀ ବଳଗଣ୍ଡି ମୌଜାରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ଏହି ପୁରାତନ ଧର୍ମଶାଳାକୁ ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ନାମକ ଜଣେ ବଦାନ୍ୟ ବ୍ୟକ୍ତି ଦାନ ସୂତ୍ରରେ ଅର୍ପଣ କରିଥିଲେ। ସେତେବେଳେ ଏହାର ଦାୟିତ୍ୱ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ସେ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ଲଜିଂ ହାଉସ୍ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ଆଉ ସେବେଠାରୁ ସ୍ୱଳ୍ପ ମୂଲ୍ୟରେ ଏମିତିକି ୫୦ରୁ ୨ଶହ ଟଙ୍କାରେ ଯାତ୍ରୀ ଓ ଭକ୍ତଙ୍କୁ ରହଣୀ ପାଇଁ କୋଠରୀ ସୁବିଧା ମିଳୁଥିଲା। ଗତବର୍ଷ ଏହି ଧର୍ମଶାଳାର ଆଧୁନିକୀକରଣ ଲାଗି କେନ୍ଦ୍ର ସରକାରଙ୍କ ଅବଢ଼ା ଯୋଜନାରେ ପ୍ରାୟ ୧୮ କୋଟି ଟଙ୍କା ଆସି ୨ କୋଟି ଟଙ୍କାର କାମ ମଧ୍ୟ ଚାଲିଥିଲା ।

ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌଦହି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ କୌଣସି ସ୍ଥାନ ନବାଛି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ତୁମ୍ଭୀତୋଫାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos