ସମ୍ବଲପୁର: ସମ୍ୱଲପୁରରେ ଆଇଆଇଏମ୍ ଅସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରେ । ଅସ୍ଥାୟୀ କ୍ୟାମ୍ପସ ପାଇଁ କେନ୍ଦ୍ରୀୟ ଟିମ୍ ସମ୍ୱଲପୁର ୟୁନିଭର୍ସିଟି, ଇନିଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମମେସନ୍ ଟେକ୍ନୋଲଜି ବା ସୁଇଟ୍ ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନେଲୋଜିକୁ ପସନ୍ଦ କରିଥିଲେ। ଏଥିମଧ୍ୟରୁ ଆଜି ଗୋଟିଏକୁ ବଛାଯିବ । ଏ ନେଇ ଆଜି ବୈଷୟିକ ଶିକ୍ଷାମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେଏକ ବୈଠକ ବସିବ । ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ କେନ୍ଦ୍ରୀୟ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ। ଆଗରୁ ଅସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ସୁଇଟ୍, ସିଲିକନ୍ ଓ ରେଙ୍ଗ।ଲି ପଲିଟେକନିକ୍ ନାମ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ହିଁ ଆଇଆଇଏମ୍ ସମ୍ୱଲପୁର ପାଇଁ ୧୪୦ଟି ସିଟରେ ନାମ ଲେଖା ହେବାର ସମ୍ଭାବନା ରହିଛି ।