ସମ୍ୱଲପୁର: ହୀରାକୁଦ ଡ୍ୟାମରେ ଶେଷ ହେଲା ପକ୍ଷୀ ଗଣନା

ସମ୍ୱଲପୁର: ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ସରିଛି । ଆସନ୍ତାକାଲି ପକ୍ଷୀଙ୍କ ସଂଖ୍ୟା ସଂପର୍କରେ ଚିତ୍ର ସ୍ପଷ୍ଟ ହେବ। ତେବେ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୬୦ରୁ ୭୦ହଜାର ହେବ ବୋଲି ଅନୁମାନ କରାଯାଉଛି। ଏଥର ପ୍ରାୟ ୧୨-୧୪ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଥିବା କହିଛନ୍ତି ପକ୍ଷୀ ଗଣନା ଟିମର ସଦସ୍ୟ। ଶନିବାର ସକାଳ ୬ଟାରୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ଗଣନା କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ ଓ ଜଙ୍ଗଲ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ମୋଟ […]

hirakuda

Rakesh Mallick
  • Published: Sunday, 10 January 2016
  • , Updated: 10 January 2016, 02:06 AM IST

ସମ୍ୱଲପୁର: ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ସରିଛି । ଆସନ୍ତାକାଲି ପକ୍ଷୀଙ୍କ ସଂଖ୍ୟା ସଂପର୍କରେ ଚିତ୍ର ସ୍ପଷ୍ଟ ହେବ। ତେବେ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୬୦ରୁ ୭୦ହଜାର ହେବ ବୋଲି ଅନୁମାନ କରାଯାଉଛି। ଏଥର ପ୍ରାୟ ୧୨-୧୪ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଥିବା କହିଛନ୍ତି ପକ୍ଷୀ ଗଣନା ଟିମର ସଦସ୍ୟ।

ଶନିବାର ସକାଳ ୬ଟାରୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ଗଣନା କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ ଓ ଜଙ୍ଗଲ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ମୋଟ ୧୪ଟି ସେକ୍ଟରରେ ଭାଗ ହୋଇ ମୋଟର ଚାଳିତ ଡଙ୍ଗାରେ ଡ୍ୟାମର ଗଭୀର ଜଳ ଭିତରକୁ ଯାଇ ପକ୍ଷୀଗଣନା କରିଥିଲେ। ପ୍ରତି ସେକ୍ଟରରେ ୫ଜଣ ଲେଖାଏଁ ଜଙ୍ଗଲ ବିଭାଗ କର୍ମଚାରୀ ରହିଥିଲେ।

ଜିପିଏସ୍ ଓ ବାଇନାକୁଲାର ଜରିଆରେ ପକ୍ଷୀମାନଙ୍କର ଅବସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରତି ନଭେମ୍ୱରରେ ବିଭିନ୍ନ ଦେଶରୁ ହୀରାକୁଦ ଡ୍ୟାମକୁ ପକ୍ଷୀମାନେ ଆସିଥାନ୍ତି ଓ ଫେବୃୟାରୀ ବେଳକୁ ଫେରିଯାଇଥାନ୍ତି। ମୁଖ୍ୟତଃ ଋଷିଆ ଏବଂ ସାଇବେରିଆରୁ ପକ୍ଷୀମାନେ ଆସିଥାନ୍ତି।

 

Related story