ସମ୍ୱଲପୁର: ଝାଡୁଆପଡା ବ୍ରହ୍ମପୁରା ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ସମ୍ୱଲପୁର: ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ସମ୍ୱଲପୁର ସହରରେ ରୀତିନୀତି ସହକାରେ ଅନୁଷ୍ଠିତ ହୋଇଯାଇଛି। ସହରର ମଧ୍ୟ ସ୍ଥଳରେ ଥିବା ଝାଡୁଆପଡା ବ୍ରହ୍ମପୁରା ଶ୍ରୀ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସକାଳୁ ଏଥିପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସକାଳୁ ବିଧି ଅନୁଯାୟୀ ଦିଅଁମାନଙ୍କର ପୂଜାବିଧି ସମ୍ପର୍ଣ୍ଣ ହେବା ପରେ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ମଣ୍ଡପରେ ବିଭିନ୍ନ ସେବା ସହ ୧୦୮ କଳସ ପବିତ୍ର ଜଳରେ ଶ୍ରୀଜୀଉମାନଙ୍କର ସ୍ନାନ କରାଯାଇଥିଲା। ଏହି […]

sambulpur

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 12:25 PM IST

ସମ୍ୱଲପୁର: ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ସମ୍ୱଲପୁର ସହରରେ ରୀତିନୀତି ସହକାରେ ଅନୁଷ୍ଠିତ ହୋଇଯାଇଛି। ସହରର ମଧ୍ୟ ସ୍ଥଳରେ ଥିବା ଝାଡୁଆପଡା ବ୍ରହ୍ମପୁରା ଶ୍ରୀ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସକାଳୁ ଏଥିପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସକାଳୁ ବିଧି ଅନୁଯାୟୀ ଦିଅଁମାନଙ୍କର ପୂଜାବିଧି ସମ୍ପର୍ଣ୍ଣ ହେବା ପରେ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ମଣ୍ଡପରେ ବିଭିନ୍ନ ସେବା ସହ ୧୦୮ କଳସ ପବିତ୍ର ଜଳରେ ଶ୍ରୀଜୀଉମାନଙ୍କର ସ୍ନାନ କରାଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚଳିତବର୍ଷ ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ମଧ୍ୟ ହେଉଛି। ଏହି ଅବସରରେ ଢାଲ, ନିଶାନବାଦ୍ୟ ସାଙ୍ଗକୁ ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳିରେ ମନ୍ଦିର ପରିସର ପ୍ରକମ୍ପିତ ହେଉଥିଲା ।

Related story