ସପ୍ତାହେ ଧରି ବନ୍ଦ ରହିପାରେ ମା ସମଲେଶ୍ୱରୀଙ୍କ ଦର୍ଶନ

ସମ୍ୱଲପୁର(ଓଡ଼ିଶାରିପୋର୍ଟର): ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ। ମନ୍ଦିରର ଗର୍ଭଗୃହରେ ମରାମତି କାମ ଆରମ୍ଭ ହୋଇଥିବାରୁ ଗତ ଗୁରୁବର ଦିନଠୁ ମା’ ଙ୍କର ଦର୍ଶନ ବନ୍ଦ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହର ମରାମତି ଆରମ୍ଭ ହୋଇଛି। ଏହା ସରିବାକୁ ପ୍ରାୟ ୭ ଦିନ ଲାଗିବ। ସେ ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କର ଦର୍ଶନ କରି ପାରିବେ ନାହିଁ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ମା’ ସମଲେଶ୍ୱରୀଙ୍କ ଚଳନ୍ତି ପ୍ରତିମା, ମା ଭୁବନେଶ୍ୱରୀଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି। […]

temple

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 05:28 PM IST

ସମ୍ୱଲପୁର(ଓଡ଼ିଶାରିପୋର୍ଟର): ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ। ମନ୍ଦିରର ଗର୍ଭଗୃହରେ ମରାମତି କାମ ଆରମ୍ଭ ହୋଇଥିବାରୁ ଗତ ଗୁରୁବର ଦିନଠୁ ମା’ ଙ୍କର ଦର୍ଶନ ବନ୍ଦ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହର ମରାମତି ଆରମ୍ଭ ହୋଇଛି। ଏହା ସରିବାକୁ ପ୍ରାୟ ୭ ଦିନ ଲାଗିବ। ସେ ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କର ଦର୍ଶନ କରି ପାରିବେ ନାହିଁ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ମା’ ସମଲେଶ୍ୱରୀଙ୍କ ଚଳନ୍ତି ପ୍ରତିମା, ମା ଭୁବନେଶ୍ୱରୀଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି।

ଦିନ ଧରି ମନ୍ଦିର ଗର୍ଭଗୃହରେ ମୂଷାମାନଙ୍କ ଉତ୍ପାତ ଯୋଗୁଁ ଭିତରେ ଅବରୋଧ ହୋଇଥିଲା। ମୁଷାମାନେ ଭିତରେ ମାଟି ତାଡ଼ି ଦେଉଥିବାରୁ, ନଡ଼ିଆପାଣି ଓ ଅନ୍ୟ ତରଳ ପଦାର୍ଥ ବାହାରକୁ ଠିକ ଭାବେ ନିଷ୍କାସିତ ହୋଇ ପାରୁ ନ ଥିଲା ଓ ତଳକୁ ଚାଲିଯାଉଥିଲା। ଫଳରେ ଗର୍ଭଗୃହ ପ୍ରତି ବିପଦ ଆଶଙ୍କା ସ୍ପଷ୍ଟ ହୋଇଥିଲା। ଏହା ଜଣା ପଡ଼ିବା ପରେ ମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହ ପରିଦର୍ଶନ ଓ ସର୍ଭେ କରାଯାଇ, ମରାମତି କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ମରାମତି ଓ ଦର୍ଶନ ବନ୍ଦ ହେବା ସମ୍ପର୍କରେ ସର୍ବସାଧାରଣଙ୍କୁ ପୁର୍ବ ସୂଚନା ଦିଆଯାଇ ନ ଥିବାରୁ ପୂଜକ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କମିଟି ସଭାପତି କ୍ଷମା ପ୍ରାର୍ଥନା କରିବା ସହ ଆଜିଠାରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି।

 

Related story