ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସଭାପତି ଭାବେ ସମୀରଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ସେ ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ସୂତ୍ରରୁ ମିଳିଥିବା ସୂଚନା […]

samir-mohanty

samir-mohanty

Manoranjan Sial
  • Published: Thursday, 16 January 2020
  • Updated: 16 January 2020, 05:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସଭାପତି ଭାବେ ସମୀରଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ସେ ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଦିନ ୩ଟାରେ ରାଜ୍ୟ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍ୟ କେହି ପ୍ରାର୍ଥୀ ଥିଲେ ଆସନ୍ତାକାଲି ଭୋଟ ଗ୍ରହଣ ହୋଇଥାନ୍ତା। ମାତ୍ର ଅନ୍ୟ କେହି ପ୍ରାର୍ଥୀ ହୋଇନଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା। ଆଜି ହିଁ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯାଇଛି।

ରାଜ୍ୟ ସଭାପତି ପଦ ପାଇଁ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ନିମନ୍ତେ ଦଳୀୟ ନେତାମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଥିଲ। ତେବେ ଶ୍ରୀ ମହାନ୍ତି ରାଜ୍ୟ ସଭାପତି ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରାଜ୍ୟ ସଂଗଠନ ଉପରେ ରହିଥିବା ସ୍ପଷ୍ଟ ହୋଇଯାଇଛି। ଆଜି ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସଂଗଠନ ସମ୍ପାଦକ ସୌଦାନ ସିଂ, ରାଜୀବ ପ୍ରତାପ ରୁଡ଼ି, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା ଓ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୨୦୧୬ ମସିହାରେ ସମସ୍ତ କଳ୍ପନା ଜଳ୍ପନାକୁ ପଛରେ ପକାଇ ବିଜେପି ରାଜ୍ୟ ସଭାପତି ଭାବେ ବସନ୍ତ ପଣ୍ଡାଙ୍କୁ ଅବସ୍ଥାପିତ କରିବାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକ୍ଷମ ହୋଇଥିଲେ। ଚଳିତଥର ରାଜ୍ୟ ସଭାପତି ରେସରେ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତିଙ୍କ ସମେତ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଗତକାଲି ପର୍ଯ୍ୟନ୍ତ ଶ୍ରୀ ହରିଚନ୍ଦନଙ୍କ ନାଁ ଉପରେ ସହମତି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ବୈଠକ ପରେ ଶ୍ରୀ ମହାନ୍ତିଙ୍କ ନାଁ ଉପରେ ମୋହର ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story