ଜଙ୍ଗଲରେ କୁଷ୍ଠ ଆକ୍ରାନ୍ତ ବୃଦ୍ଧାଙ୍କ ମୃତ୍ୟୁ, ସାମାଜିକ କର୍ମୀଙ୍କ ଉଦ୍ୟମରେ ହେଲା ଶବ ସଂସ୍କାର

ନୂଆପଡା: ଯୁଗ ବଦଳିବା ସହ ଲୋକଙ୍କ ସାମାଜିକ ଚଳନିରେ ମଧ୍ୟ ପରିବର୍ତ୍ତନ ଘଟିଛି । ଶିକ୍ଷାର ବିକାଶ ପରେ ବହୁ କୁସଂସ୍କାର ଦୂର ହୋଇଛି । ହେଲେ ଏପରି ବି କିଛି ଜାଗା ଅଛି ଯେଉଁଠି ଆଜି ବି କୁସଂସ୍କାର ଭରି ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଏହି ଜିଲ୍ଲାର ବୋଡେନ ବ୍ଲକ ଭୋଇପଡାରେ ଜଣେ କୁଷ୍ଠ ଆକ୍ରାନ୍ତ ବୃଦ୍ଧା ଭାଲୁ ନାଗ (୭୫)ଙ୍କୁ ସମ୍ପର୍କୀୟମାନେ ସାମାଜିକ ବାସନ୍ଦକୁ […]

nuapada1

nuapada1

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 05:16 PM IST

Sports

Latest News

nuapadaନୂଆପଡା: ଯୁଗ ବଦଳିବା ସହ ଲୋକଙ୍କ ସାମାଜିକ ଚଳନିରେ ମଧ୍ୟ ପରିବର୍ତ୍ତନ ଘଟିଛି । ଶିକ୍ଷାର ବିକାଶ ପରେ ବହୁ କୁସଂସ୍କାର ଦୂର ହୋଇଛି । ହେଲେ ଏପରି ବି କିଛି ଜାଗା ଅଛି ଯେଉଁଠି ଆଜି ବି କୁସଂସ୍କାର ଭରି ରହିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଏହି ଜିଲ୍ଲାର ବୋଡେନ ବ୍ଲକ ଭୋଇପଡାରେ ଜଣେ କୁଷ୍ଠ ଆକ୍ରାନ୍ତ ବୃଦ୍ଧା ଭାଲୁ ନାଗ (୭୫)ଙ୍କୁ ସମ୍ପର୍କୀୟମାନେ ସାମାଜିକ ବାସନ୍ଦକୁ ଭୟ କରି ଜଙ୍ଗଲରେ ଛାଡି ଦେବା ଓ ଭୋକ ଓପାଷରେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ କିଛି ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ସମ୍ପର୍କୀୟ ଦିଅର ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।nuapada1

ମିଳିଥିବା ସୂଚନା ଅନୁସାରେ ବୋଡେନ ବ୍ଲକ ସଦର ମହକୁମାଠାରୁ ୭ କିମି ଦୂରରେ ରହିଛି ଭୋଇପଡା ଗାଁ । ଏହି ଗାଁରେ ରହୁଥିଲେ ଭାଲୁ ନାଗ । ୨୦ବର୍ଷ ପୂର୍ବେ ସ୍ୱମୀ ଆରପାରିକୁ ଚାଲିଯିବା ପରେ ଦୁଃଖକଷ୍ଟେ ଚଳୁଥିଲେ । ଏହା ମଧ୍ୟରେ ତାଙ୍କର ଦୁଇ ବିବାହିତ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟି ସାରିଛି । ଦେହରେ ବଳ ଥିବା ପର୍ଯ୍ୟନ୍ତ ପର ଘରେ କାମ କରି ଚଳିଯାଉଥିଲେ । ବୟସ ବଢିବା ପରେ ଆଉ ପର ଘରେ କାମ କରିପାରି ନ ଥିଲେ । ଏପରି ସ୍ଥିତିରେ ତାଙ୍କ ଦୁଇ ସମ୍ପର୍କୀୟ ଓ ପଡୋଶୀମାନେ ଖାଇବା ପିଇବାକୁ ଦେଉଥିଲେ । କିଛିମାସ ତଳେ ଭାଲୁଙ୍କ ଗୋଡରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ବହୁ ଚିକିତ୍ସା କରିବା ପରେ ମଧ୍ୟ ଏହା ଭଲ ହୋଇ ନ ଥିଲା ଓ କ୍ଷତ ସ୍ଥାନରେ ପୋକ ଲାଗିଯାଥିଲା । ସମ୍ପର୍କୀୟମାନେ କୁଷ୍ଠ ହୋଇଥିବା କହି ୭ଦିନ ପୂର୍ବେ ତାଙ୍କୁ ଗାଁଠାରୁ ୧ କିମି ଦୂର ବଡ ଡଙ୍ଗର ଓ ପୂଜା ଡଙ୍ଗର ପାହାଡ ମଝିରେ ଏକ ଡାଳପତ୍ର କୁଡିଆ କରି ଛାଡିଦେଇ ଆସିଥିଲେ । ୭ଦିନ ଭୋକରେ ରହିବା ପରେ ଶେଷରେ ଭାଲୁ ସୋମାବାର ଆଖି ବୁଜି ଦେଇଥିଲେ । ସାମାଜିକ ବାସନ୍ଦ ଭୟରେ ପରିବାର ବର୍ଗ କି ଜାତିର କୌଣସି ବ୍ୟକ୍ତି କିମ୍ବା ଗ୍ରାମବାସୀ ଶବ ସତ୍କାର କରିବାକୁ ଆସି ନ ଥିଲେ । ସୌଦାଗର ସାହୁଙ୍କ ସମେତ କିଛି ସାମାଜିକ କର୍ମୀଙ୍କ ଉଦ୍ୟମରେ ଶବ ସତ୍କାର କରାଯାଇଥିଲା । ସାମାଜିକ ବାସନ୍ଦକୁ ଖାତିର ନ କରି ଭାଲୁଙ୍କ ସମ୍ପର୍କୀୟ ଦିଅର ରଘୁନାଥ ନାଗ ମୁଖାଗ୍ନୀ ଦେଇଥିଲେ ।

ଅନ୍ୟପକ୍ଷେ ଏହି ଘଟଣା ପାଇଁ ସାମାଜିକ କର୍ମୀ ସୌଦାଗର ସାହୁ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ବୋଡେନ ସରକାରୀ ଡାକ୍ତରଖାନାକୁ ଜଣାଇଥିଲୁ । ସ୍ୱାସ୍ଥ୍ୟ ବିଭାଗ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲେ ହୁଏତ ଭାଲୁ ବଞ୍ଚିଯାଇଥାନ୍ତେ । ଏ ନେଇ ବୋଡେନ ଡାକ୍ତରଖାନା ଏମଓ ଜିତେନ୍ଦ୍ର କୁମାର ସୋରେନଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ଜାଣିବା ପରେ ରୋଗୀଙ୍କୁ ଆଣିବାକୁ ଚେଷ୍ଟା କରିଥିଲୁ ହେଲେ ପରିବାର ବର୍ଗ ସହଯୋଗ କରି ନ ଥିଲେ । ୧୦୮ ଆମ୍ବୁଲାନ୍ସରେ ଆଣିବାକୁ ବ୍ୟବସ୍ଥା କରିଥିଲୁ । ଅନ୍ୟପକ୍ଷେ ସମ୍ପର୍କୀୟମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୁଷ୍ଠ ହୋଇଥିଲା । ଘରେ ରଖିଥିଲେ ସାମାଜିକ ବାସନ୍ଦ ହେବାର ଭଳ ଥିଲା, ତେଣୁ ଜଙ୍ଗଲରେ ଛାଡି ଦେଇଥିଲୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story