ସନାତନ ମହାକୁଡ ବୋହୂ ପ୍ରସଙ୍ଗ: ପଙ୍କଜଙ୍କ ଘରକୁ ଯାଇ ବୟାନ ରେକର୍ଡର ହେବ ଯାଞ୍ଚ

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡଙ୍କ ବୋହୂ ବୋଲି ନିଜକୁ ଦାବି କରୁଥିବା ମହିଳାଙ୍କ ମାମଲାରେ ପୁଅ ପଙ୍କଜ ମହାକୁଡକୁ ପଚରାଉଚରା ପାଇଁ ଭୁବନେଶ୍ୱର ମହିଳା ଥାନା ଅଧିକାରୀ କେନ୍ଦୁଝର ଯିବା ଘଟଣାର ତଦନ୍ତ ହେବ। କେଉଁ ପରିସ୍ଥିତିରେ ସେ କେନ୍ଦୁଝର ଗଲେ ତା’ର ଯାଞ୍ଚ କରାଯିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। ପଚରାଉଚରା ପାଇଁ ପୋଲିସ ପଙ୍କଜଙ୍କୁ ନୋଟିସ କରିଥିଲେ। ୧୫ ଦିନ ମଧ୍ୟରେ ହାଜର ହେବାକୁ […]

sanatana-mahakud bohu-prasang

Rakesh Mallick
  • Published: Monday, 11 April 2016
  • , Updated: 11 April 2016, 01:34 PM IST

ଭୁବନେଶ୍ୱର: ବିଧାୟକ ସନାତନ ମହାକୁଡଙ୍କ ବୋହୂ ବୋଲି ନିଜକୁ ଦାବି କରୁଥିବା ମହିଳାଙ୍କ ମାମଲାରେ ପୁଅ ପଙ୍କଜ ମହାକୁଡକୁ ପଚରାଉଚରା ପାଇଁ ଭୁବନେଶ୍ୱର ମହିଳା ଥାନା ଅଧିକାରୀ କେନ୍ଦୁଝର ଯିବା ଘଟଣାର ତଦନ୍ତ ହେବ। କେଉଁ ପରିସ୍ଥିତିରେ ସେ କେନ୍ଦୁଝର ଗଲେ ତା’ର ଯାଞ୍ଚ କରାଯିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ପଚରାଉଚରା ପାଇଁ ପୋଲିସ ପଙ୍କଜଙ୍କୁ ନୋଟିସ କରିଥିଲେ। ୧୫ ଦିନ ମଧ୍ୟରେ ହାଜର ହେବାକୁ ନୋଟିସ୍‌ରେ ସ୍ପଷ୍ଟ ଭାବେ କୁହାଯାଇଥିଲା।  ମାତ୍ର ସେ କମିଶନରେଟ୍‌ ପୋଲିସର ନୋଟିସ୍‌କୁ ବେଖାତିର କରି ଆସି ନ ଥିଲେ। ଏଭଳି ପରିସ୍ଥିତିରେ ପୋଲିସ କାହିଁକି କେନ୍ଦୁଝର ଗଲା,ତାର ଖୋଳତାଡ ହେବ । ମହିଳା ଥାନା ଆଇଆଇସି ବିଜୟୀନୀଙ୍କୁ କେଉଁ ଅଫିସର ଯିବା ପାଇଁ ପରାମର୍ଶ ଦେଇଥିଲେ ନାଁ ସେ ନିଜେ ଯାଇଥିଲେ ତା’ର ମଧ୍ୟ ଖୋଳତାଡ କରାଯିବ ବୋଲି କମିଶନର କହିଛନ୍ତି।

Related story