ବାଲୁକା କଳାରେ ଝଲସୁଛି ତ୍ରିରଙ୍ଗା

ପୁରୀ: ଆଜି ୬୯ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସାରା ଦେଶ ଉତ୍ସବମୁଖର ହୋଇପଡ଼ିଛି। ଏହି ଅବସରରେ ସ୍ୟାଣ୍ଡ ଆନିମେଟର ମାନସ ସାହୁ ପୁରୀ ଲାଇଟ୍‌ ହାଉସ ବେଳାଭୂମିରେ ଜାତୀୟ ପତାକା,ଇଣ୍ଡିଆ ଗେଟ୍ ସହ ଲାଲ୍‌କିଲ୍ଲା ବାଲିରେ ନିର୍ମାଣ କରିଛନ୍ତି। ମାନସ ଭାରତର ଐତିହ୍ୟକୁ ଅତି ନିଖୁଣ ଭାବେ ଦେଖାଇବା ସହ ରିପବ୍ଳିକ୍‌ ଡେ’ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାରେ ସେ ଲଙ୍ଗ ଲିଭ୍ ଡେମୋକ୍ରାସିର ସନ୍ଦେଶ ଦେଇଛନ୍ତି।

୧୫ ଟନ୍ ବାଲିରେ ୧୫ଫୁଟ ଓସାରର ସେ ଏହି ଜାତୀୟ ପତାକା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାକୁ ପର୍ଯ୍ୟଟକ ବେଶ୍‌ ଆଗ୍ରହର ସହ ଦେଖିବା ସହ ପ୍ରଶଂସା କରିଛନ୍ତି।