ପୁରୀ(ଓଡ଼ିଶା ରିପୋର୍ଟର): ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବା ପାଇଁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ବାଳୁକା କଳା ତିଆରି କରିଛନ୍ତି। ଏଥର ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ଏୟାର ପଲ୍ୟୁସନ୍’। ଏହି ଥିମ୍କୁ ଆଧାର କରି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମାନସ ଏହି ବାଲୁକା କଳା ତିଆରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ଲେଟ୍ସ ସେଭ୍ ଦ ଏନ୍ଭାଇରନ୍ମେଣ୍ଟ ଟୁଗେଦର ଅର୍ଥାତ୍ ଆସନ୍ତୁ ସଭିଏଁ ଏକାଠି ହୋଇ ପରିବେଶକୁ ରକ୍ଷା କରିବା।
ମାନସ କହିଛନ୍ତି,‘‘ଯଦି ଏବେଠାରୁ ଆମେ ଗଛ ଲଗାଇବା, ତା’ହେଲେ ଭବିଷ୍ୟତ ପାଇଁ ଏକ ଶୁଦ୍ଧ ପରିବେଶ ସୃଷ୍ଟି କରିପାରିବା। ସେହି ଉଦ୍ଦେଶ୍ୟରେ ଏହି ବାଲୁକା କଳାଟି ନିର୍ମାଣ କରାଯାଇଛି।”