ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ଆକ୍ରମଣ, କରମର୍ଦ୍ଦନ ଆଳରେ ହାତ ମୋଡ଼ି ଦେଲେ ଦୁର୍ବୃତ୍ତ, ଦେଖନ୍ତୁ ଏକ୍ସକ୍ଲୁସିଭ୍‌ ଭିଡିଓ

Ordigital Desk
  • Published: Sunday, 03 December 2017
  • , Updated: 03 December 2017, 10:04 PM IST
<p>ପୁରୀ,(ଓଡ଼ିଶା ରିପୋର୍ଟର):ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆକ୍ରମଣ। ଏଥିରେ ସେ ଗୁରୁତରଭାବେ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। &nbsp;କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଜଣେ ଦୁର୍ବୃତ୍ତ ତାଙ୍କ ଡାହାଣ ହାତ ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି କୋଣାର୍କରେ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲକୁ ଆସିଥିଲେ ସୁଦର୍ଶନ। ଏହି ସମୟରେ କେତେକ ଯୁବକ ତାଙ୍କ ସହ ସେଲଫି ନେଇଥିଲେ। ଆଉ କେହି କେହି&nbsp; ହାତ ବି ମିଳାଇ ଥିଲେ । ତେବେ ଏହି ଆଳରେ କେହି ଜଣେ ସୁଦର୍ଶନଙ୍କ ହାତ ମୋଡ଼ି ଦେଇଥିବା ଅଭିଯୋଗ ହୋଇଛି।</p>

Related story