ମହାନଦୀ ସୁରକ୍ଷା ପାଇଁ ଆରମ୍ଭ ହେଲା ସଙ୍କଳ୍ପ ପଦଯାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ସୁରକ୍ଷା ପାଇଁ ଆଗାମୀ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କଟକ ଜିଲ୍ଲା ବାଙ୍କି ବୈଦେଶ୍ୱରଠାରୁ ଆଜିଠୁ ଆରମ୍ଭ ହୋଇଛି ସଙ୍କଳ୍ପ ପଦଯାତ୍ରା। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଦେଶ୍ୱର ମହାନଦୀ ପଠାରୁ ଆରମ୍ଭ ହୋଥିବା ସତ୍ୟାଗ୍ରହ ପଦଯାତ୍ରା ନୟାଗଡ଼ ଜିଲ୍ଲା ସିଧାମୂଳା ପର୍ଯ୍ୟନ୍ତ ଯିବ। ଦିଲ୍ଲୀର ଯନ୍ତରମନ୍ତରରେ ମହାନଦୀ ସତ୍ୟାଗ୍ରହ ପରେ ଆନ୍ଦୋଳନକୁ ଜାତୀୟ ପ୍ରସଙ୍ଗ କରିବା ସହ ମହାନଦୀ ସୁରକ୍ଷା ପାଇଁ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବା […]

mahanadi banchau

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 05:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ସୁରକ୍ଷା ପାଇଁ ଆଗାମୀ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ କଟକ ଜିଲ୍ଲା ବାଙ୍କି ବୈଦେଶ୍ୱରଠାରୁ ଆଜିଠୁ ଆରମ୍ଭ ହୋଇଛି ସଙ୍କଳ୍ପ ପଦଯାତ୍ରା। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଦେଶ୍ୱର ମହାନଦୀ ପଠାରୁ ଆରମ୍ଭ ହୋଥିବା ସତ୍ୟାଗ୍ରହ ପଦଯାତ୍ରା ନୟାଗଡ଼ ଜିଲ୍ଲା ସିଧାମୂଳା ପର୍ଯ୍ୟନ୍ତ ଯିବ।

ଦିଲ୍ଲୀର ଯନ୍ତରମନ୍ତରରେ ମହାନଦୀ ସତ୍ୟାଗ୍ରହ ପରେ ଆନ୍ଦୋଳନକୁ ଜାତୀୟ ପ୍ରସଙ୍ଗ କରିବା ସହ ମହାନଦୀ ସୁରକ୍ଷା ପାଇଁ ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବା ଲକ୍ଷ୍ୟରେ ମହାନଦୀ ଅବବାହିକାରେ ପଦଯାତ୍ରା କରୁଛି ଆଗାମୀ ଓଡ଼ିଶା। ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ୨୨ ଟି ଗାଁ ଦେଇ ଅତିକ୍ରମ କରିବ। ଏହି ସମୟରେ ସାଧାରଣ ସଭା ଓ ବୈଠକ ହେବ। ପଦଯାତ୍ରାରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଓ ସଂଯୋଜକ ପ୍ରସନ୍ନ ବିଷୋୟୀଙ୍କ ସହ ସଂଗଠନର ସଦସ୍ୟଙ୍କ ସହ ବହୁ ସାମାଜିକ ଅନୁଷ୍ଠାନ ଏବଂ ସାଧାରଣ ଲୋକେ ସାମିଲ ହୋଇଛନ୍ତି।

ମହାନଦୀ ବଞ୍ଚାଓ ଆନ୍ଦୋଳନର ଅବାହକ ସୁଦର୍ଶନ ଦାସ କହିଛନ୍ତି-“ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା। ଏହାକୁ ବଞ୍ଚାଇ ରଖିବା ପାଇଁ ଲୋକମାନେ କ’ଣ କରିବା ଦରକାର ସେନେଇ ଆଲୋଚନା କରାଯିବ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ।”

Related story