ଶଙ୍କରାଚାର୍ଯ୍ୟ ରଥରେ ଚଢ଼ିବା ପ୍ରସଙ୍ଗ: ମୁକ୍ତିମଣ୍ଡପ ସଭାକୁ ପକ୍ଷଭୁକ୍ତ କଲେ ହାଇକୋର୍ଟ

କଟକ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଥରେ ଚଢ଼ିବାକୁ ବିରୋଧ କରି ଦାୟର ମାମଲାରେ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ହାଇକୋର୍ଟ ପକ୍ଷଭୁକ୍ତ କରିଛନ୍ତି। ଅନ୍ୟ ପ୍ରତିପକ୍ଷଙ୍କ ପରି ପଣ୍ଡିତସଭା ନିଜର ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶଙ୍କରାଚାର୍ଯ୍ୟ ରଥରେ ଚଢ଼ିବେ କି ନାହିଁ ସେ ନେଇ […]

Puri-Shankaracharya

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 10:28 PM IST

କଟକ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଥରେ ଚଢ଼ିବାକୁ ବିରୋଧ କରି ଦାୟର ମାମଲାରେ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ହାଇକୋର୍ଟ ପକ୍ଷଭୁକ୍ତ କରିଛନ୍ତି। ଅନ୍ୟ ପ୍ରତିପକ୍ଷଙ୍କ ପରି ପଣ୍ଡିତସଭା ନିଜର ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଶଙ୍କରାଚାର୍ଯ୍ୟ ରଥରେ ଚଢ଼ିବେ କି ନାହିଁ ସେ ନେଇ ମତ ଦେବାକୁ ମନ୍ଦିର ପ୍ରଶାସନ ମୁକ୍ତିମଣ୍ଡପ ସଭାକୁ କହିଥିଲା। ପଣ୍ଡିତ ସଭାର ମତ ଆଧାରରେ ମନ୍ଦିର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କୁ ରଥରେ ଚଢ଼ିବାକୁ ଆମନ୍ତ୍ରଣ କରିଥିଲା।

ପଣ୍ଡିତ ସଭାର ଆଜୀବନ ସଭାପତି ତଥା ଶ୍ରୀମନ୍ଦିରର ଆଚାର୍ଯ୍ୟ କହିଛନ୍ତି, “ଶଙ୍କରାଚାର୍ଯ୍ୟ ରଥରେ ଚଢିବା ବ୍ୟବସ୍ଥା ସ୍ୱତ୍ୱ ଲିପି ଓ ମାଦଳା ପାଞ୍ଜିରେ ବ୍ୟବସ୍ଥା ରହିଛି।”

ଶଙ୍କରାଚାର୍ଯ୍ୟଙ୍କୁ ରଥରେ ଚଢ଼ିବାକୁ ଅନୁମତି ଦିଆ ନ ଗଲେ ଏହା ବିଧି ବ୍ୟବସ୍ଥାର ବ୍ୟତିକ୍ରମ ହେବ ବୋଲି ଦର୍ଶାଇ ପଣ୍ଡିତ ସଭା ଏ ପ୍ରସଙ୍ଗରେ ପକ୍ଷ ରଖିବାକୁ ଆବେଦନ କରିଥିଲା।

Related story