ସେରା, ସାରାଙ୍କ ବଫାଦର କାହାଣୀ: ଘରେ ପଶୁଥିବା ନାଗକୁ ମାରିଦେଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ମାଲିକ ପ୍ରତି ବଫାଦାର ଦେଖାଇ କେବେ ବିପଦ ସମୟରେ ବନ୍ଧୁ ସାଜିଛି ତ ଆଉ କେବେ ଆସନ୍ନ ବିପଦରୁ ରକ୍ଷା କରିଛି। ସେଥିପାଇଁ ତ କୁକୁରକୁ ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ସେହି ବିଶ୍ୱସ୍ତ ପ୍ରାଣୀର ଆଉ ଏକ ଅବିଶ୍ୱସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ। ଘରକୁ ପଶିବା ପାଇଁ ଉଦ୍ୟମରତ ଏକ ବିଷଧର ନାଗକୁ ମାତ୍ର ୮ ମିନିଟରେ ଖିନଭିନ୍‌ କରି ସଫା କରିଦେଇଛନ୍ତି ପୋଷା କୁକୁର। […]

sara-and-sera

sara-and-sera

Manoranjan Sial
  • Published: Friday, 21 February 2020
  • Updated: 21 February 2020, 08:41 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ମାଲିକ ପ୍ରତି ବଫାଦାର ଦେଖାଇ କେବେ ବିପଦ ସମୟରେ ବନ୍ଧୁ ସାଜିଛି ତ ଆଉ କେବେ ଆସନ୍ନ ବିପଦରୁ ରକ୍ଷା କରିଛି। ସେଥିପାଇଁ ତ କୁକୁରକୁ ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ସେହି ବିଶ୍ୱସ୍ତ ପ୍ରାଣୀର ଆଉ ଏକ ଅବିଶ୍ୱସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ। ଘରକୁ ପଶିବା ପାଇଁ ଉଦ୍ୟମରତ ଏକ ବିଷଧର ନାଗକୁ ମାତ୍ର ୮ ମିନିଟରେ ଖିନଭିନ୍‌ କରି ସଫା କରିଦେଇଛନ୍ତି ପୋଷା କୁକୁର।

ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ରଙ୍ଗଣୀ ସାହିର ସରୋଜ ସ୍ୱାଇଁଙ୍କ ଦୁଇ ସୈନିକ ହେଉଛନ୍ତି ସେରା ଓ  ସାରା। ଏହି ଦୁଇ ଜଣ ସରୋଜ ଓ ପରିବାରର ସୁରକ୍ଷା କବଚ ସାଜିଛନ୍ତି। ବୁଧବାର ଦିନ ପ୍ରାୟ ୧୧ଟା ହେବ। ଉଭୟ ଦାଣ୍ଡରେ ଶୋଇଥିଲେ। ଠିକ ଏହି ସମୟରେ ପାଚେରୀ କଡରୁ ଫଣାଟେକି ପଶି ଆସିଲା ୪ ଫୁଟ ଲମ୍ବର ନାଗ। ହଠାତ୍ ନଜର ପଡ଼ିଲା ସେରାର। ତା’ପରେ ସାପ ଉପରକୁ କୁଦି ପଡ଼ିଲେ ଉଭୟେ। ଚାଲିଲା ସାପ ଓ କୁକୁର ଲଢ଼େଇ। ଆଉ ୮ ମିନିଟ୍‌ର ଲଢ଼େଇ ଭିତରେ ଖିନ୍‌ଭିନ୍‌ କରି ମାରିଦେଲେ ବିଷଧର ନାଗକୁ। ଏବେ ସେରା ଆଉ ସାରା ଉଭୟ ସୁରକ୍ଷିତ ଅଛନ୍ତି।

ଡୋବରମ୍ୟାନ୍‌ ପ୍ରଜାତିର ସାରା ଓ ସେରାର ଏଭଳି ସାହସିକତା ନୂଆ ନୁହେଁ। ଗତ ଜାନୁଆରୀ ୩୦ ତାରିଖରେ ସରୋଜଙ୍କ ଘରକୁ ପଶି ଆସିଥିଲା ଏକ ବିଷଧର ସାପ। ଆଉ ସମାନ ଢଙ୍ଗରେ ସାରା ଓ ସେରା ୫ ଫୁଟ ଲମ୍ବର ନାଗ ସହ ଲଢ଼ି ମାରିଦେଇଥିଲେ। ତେଣୁ ଦୁଇ ଦୁଇ ଥର ବିଷଧର ଶତ୍ରୁ କବଳରୁ ମାଲିକ ଓ ପରିବାରକୁ ରକ୍ଷା କରିଥିବା ସାରା ଏବଂ ସେରା।

୨୦୧୯ ଡିସେମ୍ବର ୨୦ ତାରିଖରେ ଗଞ୍ଜାମ ଗୋଳନ୍ଥରା ରଣ୍ଡା ଗାଁରେ ବିଷଧର ନାଗ ସହ ଜୀବନକୁ ପାଣି ଛଡ଼ାଇ ଲଢ଼େଇ କରିଥିଲା କୁକୁର ରାଣୀ। ଘଣ୍ଟାଏ କାଳ ଆକ୍ରମଣ ପ୍ରତିଆକ୍ରମଣ ପରେ ସାପର ତ ମୃତ୍ୟୁ ହେଲା, ନାଗ ଚୋଟରେ ବି ରାଣୀ ଆଖିବୁଜିଲା। ଆଉ ଏବେ ଜଟଣୀ କୁଦିଆରିର ସାରା ଓ ସେରାର ମୁନିବ ପ୍ରୀତି ଏବଂ ସାହସିକତାକୁ ସଲାମ୍ କରୁଛନ୍ତି କରୁଛନ୍ତି ସମସ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos