ସମ୍ବଲପୁର: ଚଞ୍ଚକତା କରି ସରକାରୀ ଜମି ହାତେଇବା ଅଭିଯୋଗରେ ବ୍ରହ୍ମୁପୁର ଭିଜିଲାନ୍ସ ଡିଭିଜନରେ ଇନ୍ସପେକ୍ଟର ଭାବେ ଚାକିରି କରୁଥିବା ପ୍ରବୀର କୁମାର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାକିରିରୁ ନିଲମ୍ବିତ କରିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଚାକିରି କରୁଥିବା ସମୟରେ ଶ୍ରୀ ତ୍ରିପାଠୀ ଗୃହହୀନ ଓ ନିମ୍ନ ଆୟ ବର୍ଗର ଦର୍ଶାଇ ନିଜ ପତ୍ନୀ,ଭାଇ, ଶାଳକ ଓ ଶ୍ୱଶୁରଙ୍କ ନାଁରେ ୧୦ ଡିସିମଲ ହିସାବରେ ୪୦ ଡିସିମିଲର ମୂଲ୍ୟବାନ ଜମି ଲିଜ୍ ସୂତ୍ରରେ କରାଇ ନେଇଥିଲେ। ଏଥିରେ ସହଯୋଗ କରିଥିଲେ ତତ୍କାଳୀନ ତହସିଲଦାର ଜ୍ଞାନ ରଂଜନ ଭଞ୍ଜଦେଓ, ଉପ-ଜିଲ୍ଲାପାଳ ରଇନୁ ସିଂ ଓ ଅଜୟ ତିୱାରୀ। ସମସ୍ତ ଅଭିଯୁକ୍ତ ଓ ଏହି ବେଆଇନ କାମରେ ସହଯୋଗ କରିଥିବା ଅଭିଯୋଗରେ ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ସଂହିତା ଧାରା ୧୩(୨) ଓ ୧୩ (ଘ) ଅନୁସାର, ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ସମସ୍ତ ସରକାରୀ ଜମି ପୁଣି ଥରେ ସରକାରୀ ଖାତାକୁ ଫେରିଯାଇଛି ବୋଲି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି କୁମାର ଲାକ୍ରା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।