ଭୁବନେଶ୍ୱର: ଶିଳ୍ପାଞ୍ଚଳରେ ଥିବା ସହରଗୁଡିକରେ କିଭଳି ଭିତ୍ତିଭୂମିର ବିକାଶ ହୋଇପାରିବ ସେ ନେଇ ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବିଶେଷ କରି ରାଜ୍ୟର ୮ ଶିଳ୍ପ ସହରରେ ବିକାଶ ନେଇ ଉନ୍ନୟନ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ତିନୋଟି ଉନ୍ନୟନ କର୍ତ୍ତୃପକ୍ଷ ମିଶି ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେବେ।
ସେହିପରି ଶିଳ୍ପ ସହର ନିକଟରେ ଥିବା ପୌରସଂସ୍ଥାକୁ ମିଶାଇ ଆଞ୍ଚଳିକ ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯିବ। ମାର୍ଚ୍ଚ ୨୦୧୬ ସୁଦ୍ଧା ସହର ଗୁଡିକର ବିକାଶ ନେଇ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।