ଭଉଣୀଙ୍କ ଅଭିଯୋଗର ଜବାବ ରଖିଲେ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ଭଉଣୀ ମୁହାଁମୁହିଁ। ଆକ୍ଷେପ-ପ୍ରତିଆକ୍ଷେପ ମଧ୍ୟରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ବିବାଦ ତୀବ୍ର ହୋଇଛି। ଆଜି ଦୂତୀ ଚାନ୍ଦ ନିଜ ଭଉଣୀ ନାମରେ ସମଲିଙ୍ଗୀ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ବେଶ ଚର୍ଚ୍ଚାରେ ଅଛି ଏହି ଘଟଣା। ସମଲିଙ୍ଗୀ ସମ୍ପର୍କକୁ ଚର୍ଚ୍ଚାରେ ଥିବା ଦୂତୀ ଆଜି ନିଜ ଭଉଣୀ ସରସ୍ୱତୀ ଚାନ୍ଦ ନାମରେ ଆଣିଛନ୍ତି ସମାନ ଅଭିଯୋଗ। ଦୂତି କହିଛନ୍ତି ଯେ, ଯିଏ ମୋ ସମ୍ପର୍କକୁ ନେଇ ବିରୋଧ […]

BeFunky-collage-(42)-1

BeFunky-collage-(42)-1

Tapas Behera
  • Published: Saturday, 11 July 2020
  • Updated: 11 July 2020, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ଭଉଣୀ ମୁହାଁମୁହିଁ। ଆକ୍ଷେପ-ପ୍ରତିଆକ୍ଷେପ ମଧ୍ୟରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ବିବାଦ ତୀବ୍ର ହୋଇଛି। ଆଜି ଦୂତୀ ଚାନ୍ଦ ନିଜ ଭଉଣୀ ନାମରେ ସମଲିଙ୍ଗୀ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ବେଶ ଚର୍ଚ୍ଚାରେ ଅଛି ଏହି ଘଟଣା। ସମଲିଙ୍ଗୀ ସମ୍ପର୍କକୁ ଚର୍ଚ୍ଚାରେ ଥିବା ଦୂତୀ ଆଜି ନିଜ ଭଉଣୀ ସରସ୍ୱତୀ ଚାନ୍ଦ ନାମରେ ଆଣିଛନ୍ତି ସମାନ ଅଭିଯୋଗ। ଦୂତି କହିଛନ୍ତି ଯେ, ଯିଏ ମୋ ସମ୍ପର୍କକୁ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସେଇ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି।

ତେବେ ଦୂତୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରୟା ରଖିଛନ୍ତି ଭଉଣୀ ସରସ୍ୱତୀ ଚାନ୍ଦ। ସେ କହିଛନ୍ତି ଯେ, ଏସମ୍ପର୍କରେ ଯାହା ସତ ଅଛି ତାହା ପଦାକୁ ଆସିବ। ତାଙ୍କ ସମ୍ପର୍କରେ ସମସ୍ତ କଥା ପରିବାରଲୋକେ ଜାଣନ୍ତି। କଣ ସତ ସେ ତାହା ଅଗଷ୍ଟ ମାସ ପରେ ଖୁଲାସା କରିବେ ବୋଲି କହିଛନ୍ତି ସରସ୍ୱତୀ। ସେପଟେ ଦୂତୀ  BMWcar ବିକିବା ପ୍ରସଙ୍ଗରେ ମଧ୍ୟ ଭଉଣୀ ସରସ୍ୱତୀ ତାଙ୍କୁ କମେଣ୍ଟ କରି ନିଜ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ପୁଣି ଥରେ ସରସ୍ୱତୀ ଗଡ୍‌ ଫାଦର କଥା ଉଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଦୂତୀ ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଳପୁର (ଯାଜପୁର ଜିଲ୍ଲାରେ)ର ଜଣେ ଝିଅ ସହ ସଂପର୍କରେ ଥିବା କଥା କହିଥିଲେ। ସେ ତାଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ଦାର ସହ କହିଥିଲେ। ଯେବେ ବିବାହ କରିବେ, ସମସ୍ତଙ୍କୁ ନିମନ୍ତ୍ରଣ ଦେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ। ତେବେ ଦୂତୀ ନିଜ ପାର୍ଟନରଙ୍କ ନାଁ ପ୍ରକାଶ କରିନଥିଲେ।

ତାଙ୍କର ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି  ତାଙ୍କ ବଡ଼ ଭଉଣୀ ଓ ମା' ଗୁରୁତର ଅଭିଯୋଗ ଆଣିଥିଲେ। ସରସ୍ୱତୀ କହିଥିଲେ ଯେ ଦୂତୀଙ୍କ ଟଙ୍କା ହଡ଼ପ ପାଇଁ ଏହା ହେଉଛି ଏକ ବଡ଼ ଷଡ଼ଯନ୍ତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos