ଶିଶୁ ମନ୍ଦିରର ଦୁଇ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଶିକ୍ଷୟିତ୍ରୀଙ୍କ ଘରେ ଦୁଇ ଜଣ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ଦ୍ରୌପଦୀ ମହାନ୍ତ ସ୍କୁଲର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଭଡା ଘରେ ରଖି ଟିଉସନ୍ କରୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ଗଡ଼କୁଳ ଗାଁର କରିଶ୍ମା ଚାମ୍ପିଆ ଓ ବଡ଼ପଶି ଗାଁର ଲିନା ଚାମ୍ପିଆ ଅସୁସ୍ଥ ହୋଇପଡ଼ିଥିଲେ। ଏ ସମ୍ପର୍କରେ […]

death

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 08:15 PM IST

କେନ୍ଦୁଝର: ଶିକ୍ଷୟିତ୍ରୀଙ୍କ ଘରେ ଦୁଇ ଜଣ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ଦ୍ରୌପଦୀ ମହାନ୍ତ ସ୍କୁଲର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଭଡା ଘରେ ରଖି ଟିଉସନ୍ କରୁଥିଲେ। ତେବେ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ଗଡ଼କୁଳ ଗାଁର କରିଶ୍ମା ଚାମ୍ପିଆ ଓ ବଡ଼ପଶି ଗାଁର ଲିନା ଚାମ୍ପିଆ ଅସୁସ୍ଥ ହୋଇପଡ଼ିଥିଲେ। ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଆଜି ସକାଳେ ସେମାନଙ୍କ ମୃତ୍ୟୁ ହୋଇଥିଲା। କରଞ୍ଜିଆ ଡାକ୍ତରଖାନାରେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ପୋଲିସ ଶିକ୍ଷୟିତ୍ରୀ ଓ ଘର ମାଲିକ ଧନୁର୍ଜୟ ମହାନ୍ତଙ୍କୁ ଗିରଫ କରିଛି।

Related story