ସାରଥି ବିବାଦ: ତଦନ୍ତ ଲାଗି ହାଇଦ୍ରାବାଦରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

କଟକ: ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଖୋଳତାଡ଼ ପାଇଁ ଆଜି ସେଠାକୁ ଯାଇଛି କ୍ରାଇମବ୍ରାଞ୍ଚର ଏକ ୩ଜଣିଆ ଟିମ । ହାଇଦ୍ରାବାଦରେ ପହଞ୍ଚି ଥିବା ଏହି ଟି ସେଠାରେ ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ। ଏହାଛଡା ସାରଥି ସେଠାରୁ ଅନ୍ୟ କେଉଁ ଆଡେ଼ ଯାଇଥିଲେ ସେ ନେଇ ମଧ୍ୟ ଯାଞ୍ଚ କରାଯିବ । ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଇଣ୍ଡିଗୋ ଫ୍ଲ।ଇଟରେ ହାଇଦ୍ରାବାଦ ଯିବା […]

bijays

bijays

Rakesh Mallick
  • Published: Monday, 17 August 2015
  • Updated: 17 August 2015, 10:29 AM IST

Sports

Latest News

କଟକ: ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଖୋଳତାଡ଼ ପାଇଁ ଆଜି ସେଠାକୁ ଯାଇଛି କ୍ରାଇମବ୍ରାଞ୍ଚର ଏକ ୩ଜଣିଆ ଟିମ । ହାଇଦ୍ରାବାଦରେ ପହଞ୍ଚି ଥିବା ଏହି ଟି ସେଠାରେ ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ। ଏହାଛଡା ସାରଥି ସେଠାରୁ ଅନ୍ୟ କେଉଁ ଆଡେ଼ ଯାଇଥିଲେ ସେ ନେଇ ମଧ୍ୟ ଯାଞ୍ଚ କରାଯିବ । ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଇଣ୍ଡିଗୋ ଫ୍ଲ।ଇଟରେ ହାଇଦ୍ରାବାଦ ଯିବା ପାଇଁ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକଟ୍ ମଧ୍ୟ ପଦାକୁ ଆସିଥିଲା। ଏ ସମ୍ପର୍କରେ ଟ୍ରାଭେଲ ଏଜେଣ୍ଟକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଥିଲା।

ସେପଟେ ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟର ପତ୍ତା ପାଇଛି କ୍ରାଇମବ୍ରାଞ୍ଚ। ଏଥିରେ ୧୭ ଲକ୍ଷ ଟଙ୍କ। ରହିଥିବା ଜଣାପଡ଼ିଛି। ପୂର୍ବରୁ ମିଳିଥିବା ୨୩ଟି କାଉଣ୍ଟରେ ୨ କୋଟି ୫୫ ଲକ୍ଷ ଟଙ୍କ। ଜମା ଥିଲା। ସେପଟେ ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ଏହି ମାମଲାରେ ଇଡି କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି। ସାରଥୀଙ୍କ ଠାବ ସମ୍ପତ୍ତି ସମ୍ପର୍କିତ ସମସ୍ତ କାଗଜପତ୍ର ଇଡି କ୍ରାଇମବ୍ରାଞ୍ଚକୁ ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos