ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ ସାରଥି

କଟକ: ବାବା ସାରଥିଙ୍କୁ ରିମାଣ୍ଡରେ ନେବା ପରେ ଆଜି କ୍ରାଇମବ୍ରାଞ୍ଚ ପ୍ରଥମ ଜେରା କରିଥିଲା । ଏଥିରେ ଆତ୍ମଘୋଷିତ ବାବା ସାରଥିଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍, କୋଟି କୋଟି ଟଙ୍କ। ସମ୍ପତ୍ତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଆଜି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ଘଣ୍ଟା ଘଣ୍ଟା ଧରି ସାରଥିଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଫେ।କସରେ ଥିଲା ସାରଥିଙ୍କ ଆର୍ଥିକ କାରବାର। ମିଳିଥିବା ସୂଚନା ମୁତାବକ ସାରଥିଙ୍କ ଟଙ୍କ।ର ମୁଖ୍ୟ ଉତ୍ସ ଥିଲା ଭକ୍ତଙ୍କ ଦାନ […]

baba

baba

Rakesh Mallick
  • Published: Sunday, 09 August 2015
  • Updated: 10 August 2015, 03:04 AM IST

କଟକ: ବାବା ସାରଥିଙ୍କୁ ରିମାଣ୍ଡରେ ନେବା ପରେ ଆଜି କ୍ରାଇମବ୍ରାଞ୍ଚ ପ୍ରଥମ ଜେରା କରିଥିଲା । ଏଥିରେ ଆତ୍ମଘୋଷିତ ବାବା ସାରଥିଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍, କୋଟି କୋଟି ଟଙ୍କ। ସମ୍ପତ୍ତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଆଜି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉପସ୍ଥିତିରେ ଘଣ୍ଟା ଘଣ୍ଟା ଧରି ସାରଥିଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଫେ।କସରେ ଥିଲା ସାରଥିଙ୍କ ଆର୍ଥିକ କାରବାର। ମିଳିଥିବା ସୂଚନା ମୁତାବକ ସାରଥିଙ୍କ ଟଙ୍କ।ର ମୁଖ୍ୟ ଉତ୍ସ ଥିଲା ଭକ୍ତଙ୍କ ଦାନ ଅର୍ଥ ଓ ସୁନା ଅଳଙ୍କ।ର । ବାବା ନିୟମିତ ଏୟାର ଟ୍ରାଭେଲ କରୁଥିଲେ ବୋଲି ଜେରା ବେଳେ ଜଣାପଡିଛି ।

କଡା ସୁରକ୍ଷା ମଧ୍ୟରେ ଚୌଦ୍ୱାର ଜେଲରୁ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ସାରଥି ବାବାଙ୍କୁ ନିଆଯାଇଥିଲା । ୬ଜଣ କ୍ରାଇମବ୍ରାଞ୍ଚ ଅଧିକାରୀ ବାବାଙ୍କୁ ଜେରା କରିଥିଲେ । ଏହି ସମୟରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ ଉପସ୍ଥିତ ଥିଲେ । ଜେରାବେଳେ ବାବାଙ୍କ ଆର୍ଥୀକ କାରବାରର ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ ସାରଥିଙ୍କ ନାଁରେ ୪ଟି ଓ ସତ୍ୟ ଚାରିଟେବୁଲ ଟ୍ରଷ୍ଟ ନାଁରେ ୨ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଭୁବନେଶ୍ୱରରେ ଏକ ଇଣ୍ଡିପେଣ୍ଡେଣ୍ଟ ହାଉସ ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ସେହିପରି ଶ୍ରୀବିହାରରେ ଏକ ଘର ଅଛି । କେନ୍ଦ୍ରାପଡାରେ ଜମି ମଧ୍ୟ ରହିଛି । ସତ୍ୟ ଚାରିଟେବୁଲର ଟ୍ରଷ୍ଟି ଓ କଥାକଥିତ ପୁଅ ସତ୍ୟମଙ୍କ ଜମି ସାରଥୀଙ୍କ ଟଙ୍କାରେ କିଣା ଯାଇଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଏହାର ଖୋଳତାଡ ଏବେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ।

ଜେରାରୁ ମିଳିଥିବା ତଥ୍ୟ ଅନୁସାରେ ଭକ୍ତଙ୍କ ଦାନରୁ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ସାରଥୀ ବାବାଙ୍କୁ ମିଳିଛି । ତେବେ ଏହି ଟଙ୍କା କେଉଁଠି ନିବେଶ ହୋଇଛି । ସୁନା ଅଳଙ୍କାର କୁଆଡେ ଗଲା ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ଜେରା ଚଳାଛି । ଏହାସହ ଟଙ୍କା କେଉଁଠି ଲାଗିଛି ଜାଣିବାକୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରିବାକୁ କ୍ରାଇମବ୍ରାଞ୍ଚ ଚିନ୍ତା କରୁଛି ।

କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା କହିଛନ୍ତି ଯେ, ଏହା ଏକ ଜଟିଲ ମାମଲା । ତଦନ୍ତ ସରିବାକୁ କିଛି ସମୟ ଲାଗିବ । ତେବେ ଶୀଘ୍ର ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି । ସେହିପରି ଏହି ଘଟଣାରେ ବିବାଦୀୟ ଯୁବତୀଙ୍କୁ କ୍ରାଇମବ୍ରାଞ୍ଚ ଶୀଘ୍ର ପଚରାଉଚରା କରିବ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story