ସାରଥୀଙ୍କ ବିରୋଧରେ ଦୁଇଟି ମାମଲାରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ: ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ଦାୟର ଦୁଇଟି ମାମଲାରେ କ୍ରାଇମବ୍ରାଞ୍ଜ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାୟାର ୨ଟି ଚାର୍ଜସିଟ ମଧ୍ୟରୁ ଗୋଟିଏ ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ହୋଇଛି। ସାରଥୀ ଏବଂ ତାଙ୍କ ପୁଅ ସତ୍ୟମଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ଏଥିରେ ଆଇପିସିର ଧାରା ୧୨୦ (ଖ), ୪୨୦, ୪୬୭, ୪୬୮, ୫୦୬, ୪୨୩ , ୪୦୬, ୩୭୯, ୪୧୧, ୩୪୧, ୨୧୨, […]

sarathi

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 03:22 PM IST

କଟକ: ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ଦାୟର ଦୁଇଟି ମାମଲାରେ କ୍ରାଇମବ୍ରାଞ୍ଜ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାୟାର ୨ଟି ଚାର୍ଜସିଟ ମଧ୍ୟରୁ ଗୋଟିଏ ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ହୋଇଛି। ସାରଥୀ ଏବଂ ତାଙ୍କ ପୁଅ ସତ୍ୟମଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ଏଥିରେ ଆଇପିସିର ଧାରା ୧୨୦ (ଖ), ୪୨୦, ୪୬୭, ୪୬୮, ୫୦୬, ୪୨୩ , ୪୦୬, ୩୭୯, ୪୧୧, ୩୪୧, ୨୧୨, ୪୧୩ ଓ ୩୪ ବ୍ୟତୀତ ଏସି/ଏସଟି ଆକ୍ଟ ଓ ୨୫ ଆର୍ମସ୍ ଆକ୍ଟରେ ସମସ୍ତଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ବିବାଦୀୟ ଯୁବତୀଙ୍କ ପକ୍ଷରୁ ଦାୟର ମାମଲାରେ ଆଇପିସିର ଧାରା ୩୮୪, ୫୦୬, ୨୧୧, ୧୨୦ (ଖ), ୩୪୨, ୩୪୩, ୩୪୭, ୩୬୫ ଓ ୫୦୮ ଲଗାଯାଇଥିଲା ବେଳେ ଏସି/ଏସଟି ଆକ୍ଟର ଧାରା ୩ (୨) ରେ ଚାର୍ଜସିଟ ଦାଖଲ ହୋଇଛି। ଏହି ମାମଲାରେ ସାରଥୀଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ମହିଳାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବିବାଦୀୟ ଯୁବତୀଙ୍କ ଏତଲାରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ସବୁଠୁ ଗୁରୁତ୍ବପୂର୍ଣ୍ଣ।

Related story