ସାରଥିଙ୍କ ଆର୍ଥିକ କାରବାର ମାମଲା: ଶରତଙ୍କୁ ୫ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ ସାରଥିଙ୍କ ପୂର୍ବତନ ସହଯୋଗୀ ଶରତ ପାତ୍ରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଧରି ଜେରା କରିଥିଲା। ସାରଥିଙ୍କ ଆର୍ଥିକ କାରବାର ନେଇ ତାଙ୍କୁ ଜେରା କରାଯାଇଥିଲା। ଜେରା ପରେ ଶରତ ଗଣମାଧ୍ୟମକୁ କହିଥିଲେ ଯେ ସାରଥିଙ୍କ ଆର୍ଥିକ କାରବାର ନେଇ ଯେଉଁମାନେ ସୂଚନା ଦେଇ ପାରିବେ ସେମାନଙ୍କ ନାଁ ଇଡିଙ୍କୁ କହିଛନ୍ତି। ସେ କହିଥିଲେ,“ସାରଥି କହୁଛି ଲୋକଙ୍କ ପଇସାରେ ମନ୍ଦିର ତିଆରି ହୋଇଥିଲା। ତା’ପୁଅ ମଧ୍ୟ କହୁଛି ଲୋକଙ୍କ […]

sarat

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 06:36 PM IST

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ ସାରଥିଙ୍କ ପୂର୍ବତନ ସହଯୋଗୀ ଶରତ ପାତ୍ରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଧରି ଜେରା କରିଥିଲା। ସାରଥିଙ୍କ ଆର୍ଥିକ କାରବାର ନେଇ ତାଙ୍କୁ ଜେରା କରାଯାଇଥିଲା। ଜେରା ପରେ ଶରତ ଗଣମାଧ୍ୟମକୁ କହିଥିଲେ ଯେ ସାରଥିଙ୍କ ଆର୍ଥିକ କାରବାର ନେଇ ଯେଉଁମାନେ ସୂଚନା ଦେଇ ପାରିବେ ସେମାନଙ୍କ ନାଁ ଇଡିଙ୍କୁ କହିଛନ୍ତି।

ସେ କହିଥିଲେ,“ସାରଥି କହୁଛି ଲୋକଙ୍କ ପଇସାରେ ମନ୍ଦିର ତିଆରି ହୋଇଥିଲା। ତା’ପୁଅ ମଧ୍ୟ କହୁଛି ଲୋକଙ୍କ ପଇସାରେ ମନ୍ଦିର ତିଆରି ହୋଇଛି। ଲୋକଙ୍କ ପଇସାରେ କ’ଣ ତିଆରି ହୋଇଛି। ମନ୍ଦିର ତିଆରି ପାଇଁ ଲୋକେ ସିମେଣ୍ଟ୍, ବାଲି ଓ ଇଟା ଆଦି ଦେଇଥିଲେ। କିନ୍ତୁ ମନ୍ଦିର ତିଆରି ପାଇଁ ଲୋକଙ୍କଠାରୁ ଯେଉଁ କୋଟି କୋଟି ଟଙ୍କା ଆଦାୟ ହୋଇଥିଲା ତାହା ଗଲା କୁଆଡ଼େ? ଏହାର ଉତ୍ତର କେବଳ ମନ୍ଦିର ପରିଚାଳନାରେ ଥିବା ଲୋକେ ଦେଇପାରିବେ ବୋଲି ମୁଁ ଆଜି ଇଡିଙ୍କୁ କହିଥିଲେ। ପ୍ରଦୀପ ରାଉତ ଓ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖଙ୍କୁ ପଚାରିଲେ ଏସବୁର ହିସାବ ମିଳିପାରିବ ବୋଲି ମୁଁ ଇଡିଙ୍କୁ ଜଣାଇଛି।”

ସାରଥିଙ୍କ ଆର୍ଥିକ କାରବାର ସହିତ ତାଙ୍କର କୌଣସି ସଂପର୍କ ନ ଥିଲା ବୋଲି ଶରତ ପାତ୍ର କହିଛନ୍ତି।  ସେ ଆହୁରି କହିଥିଲେ,“ନେତା, ମନ୍ତ୍ରୀ ଓ ବିଧାୟକ ସାରଥିଙ୍କ ନିକଟକୁ ଯାଉଥିଲେ।”

ଶରତ ପାତ୍ର କହିଥିଲେ,“ସାରଥି ଗିରଫ ହେବା ବେଳେ ମୋ ଏକାଉଣ୍ଟ୍ ସିଲ୍ କରାଯାଇଥିଲା। ମୋ ଏକାଉଣ୍ଟରେ ଦୁଇ ଲକ୍ଷ ପଞ୍ଚାବନ ହଜାର ଟଙ୍କା ବାହାରି ଥିଲା। ମୁଁ ଆଜି ଇଡି ନିକଟରେ ଏହି ଜମା ଅର୍ଥ ସଂପର୍କରେ ସ୍ପଷ୍ଟୀକରଣ ଦେଲି। ଉକ୍ତ ଟଙ୍କା ହେଉଛି ମୋ ଦରମା ଟଙ୍କା। କାରଣ ମୁଁ ଚାକିରି କରିଛି।”

ଆଜି ଇଡି ସାରଥିଙ୍କ ଭଣଜା ପ୍ରବୀଣ ରାଉଳଙ୍କୁ ମଧ୍ୟ ଜେରା କରିଥିଲା। ଜେରା ପରେ ସେ କହିଥିଲେ,“ଇଡି ଯାହା ପଚାରିଲେ ମୁଁ ତା’ର ଉତ୍ତର ଦେଲି।”

Related story