କେନ୍ଦ୍ରାପଡା: ସାରଥି ମାମଲାରେ ଗିରଫ ହୋଇଥିବା ଶରତ ପାତ୍ରଙ୍କର କ୍ରାଇମବ୍ରାଞ୍ଚ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିବ। ଗତକାଲି କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯିବା ପରେ ୩ ଦିନ ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ସାରଥିଙ୍କ ଆଶ୍ରମର ଜଣେ ପୀଡ଼ିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ତାଙ୍କୁ ଶୁକ୍ରବାର ଗିରଫ କରିଥିଲା। ଶରତ, ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ସସପେଣ୍ଡ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Accident
ଟ୍ରାକ୍ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ।
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।