ଜେଲକୁ ମୁଣ୍ଡିଆ ମାରିଲେ ସାରଥୀ, ଏବେ ରହିବେ କେଉଁଠି

କଟକ(ଓଡ଼ିଶା ରିପୋର୍ଟର)ଜେଲର ରହିବାର ଦୀର୍ଘ ୪ ବର୍ଷ ପରେ ଆଜି ଜେଲରୁ ମୁକୁଳିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ । ଜେଲରୁ ବାହାରିବା ପରେ ସାରଥି ଜେଲକୁ ମୁଣ୍ଡିଆ ମାରି ବାହାରିଛନ୍ତି। ଚୌଦ୍ୱାର ଜେଲରୁ ମୁକୁଳିଥିବା ସାରଥୀଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ ନେଇଛି । ଏହି ସମୟରେ ଜେଲ ଆଗରେ ଗଣମାଧ୍ୟମଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜାମିନ୍‌ ପାଇଥିବା ସାରଥିଙ୍କ ପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ […]

g-09

g-09

Tapas Behera
  • Published: Thursday, 25 July 2019
  • Updated: 25 July 2019, 08:29 PM IST

କଟକ(ଓଡ଼ିଶା ରିପୋର୍ଟର)ଜେଲର ରହିବାର ଦୀର୍ଘ ୪ ବର୍ଷ ପରେ ଆଜି ଜେଲରୁ ମୁକୁଳିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳ । ଜେଲରୁ ବାହାରିବା ପରେ ସାରଥି ଜେଲକୁ ମୁଣ୍ଡିଆ ମାରି ବାହାରିଛନ୍ତି। ଚୌଦ୍ୱାର ଜେଲରୁ ମୁକୁଳିଥିବା ସାରଥୀଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ ନେଇଛି । ଏହି ସମୟରେ ଜେଲ ଆଗରେ ଗଣମାଧ୍ୟମଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜାମିନ୍‌ ପାଇଥିବା ସାରଥିଙ୍କ ପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି।

୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।  ସେହିପରି ଏସ୍‌ଡିଜେଏମଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ସାରଥି ଜେଲରୁ ମୁକୁଳି ଥିଲେ ମଧ୍ୟ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ଆଜି ସନ୍ଧ୍ୟାରେ ମୁକୁଳିଥିବା ସାରଥି କେଉଁଠି ରହିବେ ତାହା ଜଣାପଡ଼ି ନାହିଁ।

ସୂଚନା ଯୋଗ୍ୟ ଯେ, ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।  ସେଠାରୁ ଚୌଦ୍ୱାର ଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି । ୨୦୧୫ରେ ଗିରଫ ହୋଇଥିବା ସାରଥିଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos