ସର୍ବଭାରତୀୟ ୬୨ତମ ସମବାୟ ସପ୍ତାହ ପାଳିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମତ୍ସ୍ୟଜୀବୀ ସମବାୟ ମହାସଂଘ(ଫିସଫେଡ) ଆନୁକୁଲ୍ୟରେ ଆଜି ସର୍ବଭାରତୀୟ ୬୨ତମ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୩୯ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିରେ ପ୍ରାୟ ଦୁଇ ଲକ୍ଷ ସଭ୍ୟ ଅନ୍ତର୍ଭୁକ୍ତ ଥିବା ଅତିଥିମାନେ ସୂଚନା ଦେଇଛନ୍ତି। ପ୍ରାଥମିକ ସାମୁଦ୍ରିକ ମତ୍ସ୍ୟଜୀବୀ ସମବାୟ ସମିତି ମାଧ୍ୟମରେ ସମୁଦ୍ର ଉପକୂଳ, ଜଳଭଣ୍ଡାର ଓ ମଧୁରପାଣି ଅଞ୍ଚଳରେ ସକ୍ରିୟ ଥିବା ସଭ୍ୟମାନଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଏହାସହ […]

fished

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 04:10 PM IST

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମତ୍ସ୍ୟଜୀବୀ ସମବାୟ ମହାସଂଘ(ଫିସଫେଡ) ଆନୁକୁଲ୍ୟରେ ଆଜି ସର୍ବଭାରତୀୟ ୬୨ତମ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୩୯ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିରେ ପ୍ରାୟ ଦୁଇ ଲକ୍ଷ ସଭ୍ୟ ଅନ୍ତର୍ଭୁକ୍ତ ଥିବା ଅତିଥିମାନେ ସୂଚନା ଦେଇଛନ୍ତି। ପ୍ରାଥମିକ ସାମୁଦ୍ରିକ ମତ୍ସ୍ୟଜୀବୀ ସମବାୟ ସମିତି ମାଧ୍ୟମରେ ସମୁଦ୍ର ଉପକୂଳ, ଜଳଭଣ୍ଡାର ଓ ମଧୁରପାଣି ଅଞ୍ଚଳରେ ସକ୍ରିୟ ଥିବା ସଭ୍ୟମାନଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଏହାସହ ରାଜ୍ୟର ୧୧ଲକ୍ଷ ୫୦ହଜାର ମତ୍ସ୍ୟଚାଷୀଙ୍କୁ ଜୀବନବୀମା, ସୁରକ୍ଷା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରିମିୟମ ମାଧ୍ୟମରେ ପ୍ରଦାନ କରାଯାଉଛି ବୋଲି ଅତିଥିମାନେ କହିଥିଲେ। ଉତ୍ସବରେ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ମତ୍ସ୍ୟ ବ୍ୟବସାୟ ଓ ଉତ୍ପାଦନ ସହିତ ସମ୍ପୃକ୍ତ ୯ଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିକୁ ସମବାୟ କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ପୁରସ୍କୃତ କରାଯାଇଛି।

Related story