ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାରୀକରଣ ପ୍ରସଙ୍ଗ; ହାଇକୋର୍ଟଙ୍କ ରାୟ ପରେ ଏମସିଆଇ ସହ ଆଲୋଚନା: ମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବା ସହ ଏହାକୁ ସରକାର ହାତକୁ ନେବା ଦାବିରେ ଆଜିଠାରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି। ଅନ୍ୟପକ୍ଷେ ଏହାକୁ ନେଇ ବିଧାନସଭା ମଧ୍ୟ ସରଗରମ ହୋଇଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ନିଜ ହାତକୁ ନେବାକୁ ଦାବି କରିଛନ୍ତି। ଏହାକୁ ନେଇ ବିରୋଧୀମାନେ […]

ass

ass

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 09:22 AM IST

Sports

Latest News

atanu sabyasachhiଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବା ସହ ଏହାକୁ ସରକାର ହାତକୁ ନେବା ଦାବିରେ ଆଜିଠାରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲ୍ଲାରେ ଜୀବନଯାତ୍ରା ଏକ ପ୍ରକାର ଠପ ହୋଇଯାଇଛି। ଅନ୍ୟପକ୍ଷେ ଏହାକୁ ନେଇ ବିଧାନସଭା ମଧ୍ୟ ସରଗରମ ହୋଇଛି। ଦଳମତ ନିର୍ବିଶେଷରେ ସବୁ ବିଧାୟକ ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ନିଜ ହାତକୁ ନେବାକୁ ଦାବି କରିଛନ୍ତି। ଏହାକୁ ନେଇ ବିରୋଧୀମାନେ ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏବେ ଏହି ମେଡିକାଲ କଲେଜରେ ପଡୁଥିବା ୧୨୪ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି। ଶୀଘ୍ର ସରକାର ଏହାକୁ ହାତକୁ ନିଅନ୍ତୁ ନ ହେଲେ ଏଠାରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଅନ୍ୟ ମେଡିକାଲ କଲେଜକୁ ସ୍ଥାନାନ୍ତର କରନ୍ତୁ ବୋଲି ବିରୋଧୀ ଦଳ ନେତା ମିଶ୍ର ଦାବି କରିଛନ୍ତି। ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଉତ୍ତର ରଖିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ସର୍ଦ୍ଦାର ରାଜା ମେଡିକାଲ କଲେଜ ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏ ନେଇ ଏମସିଆଇ ସହ ଆଲୋଚନା କରାଯିବ। ଏହାସହ ସେ ଆନ୍ଦୋଳନରୁ ଓହରି ଯିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos