ସର୍ଦ୍ଦାର ରାଜା ମେଡିକାଲ୍ କଲେଜ୍ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ସାନି ପ୍ରସ୍ତାବ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: କଳାହାଣ୍ଡିର ସର୍ଦ୍ଦାର ରାଜା ମେଡିକାଲ କଲେଜ ପିଲାଙ୍କୁ ଅନ୍ୟ କଲେଜରେ ନାମଲେଖା ନେଇ ପୁଣି ପ୍ରସ୍ତାବ ଦେବାକୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ।  ୧୨ ତାରିଖରେ ଦିଲ୍ଲୀରେ ଏନେଇ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ସାନି ପ୍ରସ୍ତାବ ପଠାଇଛି। ଅନ୍ୟପକ୍ଷରେ କୋର୍ଟ-କଚେରୀ, ସରକାର ଓ ଏମସିଆଇର ଚିଠି ନେଣଦେଣ ଭିତରେ ଝୁଲି ରହିଛି ୧୨୪ ପିଲାଙ୍କ ଭାଗ୍ୟ। ୩ ମାସ ହେଲା ସେମାନେ ଅଛନ୍ତି […]

sardarraja

sardarraja

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 03:41 PM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡିର ସର୍ଦ୍ଦାର ରାଜା ମେଡିକାଲ କଲେଜ ପିଲାଙ୍କୁ ଅନ୍ୟ କଲେଜରେ ନାମଲେଖା ନେଇ ପୁଣି ପ୍ରସ୍ତାବ ଦେବାକୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ।  ୧୨ ତାରିଖରେ ଦିଲ୍ଲୀରେ ଏନେଇ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ସାନି ପ୍ରସ୍ତାବ ପଠାଇଛି। ଅନ୍ୟପକ୍ଷରେ କୋର୍ଟ-କଚେରୀ, ସରକାର ଓ ଏମସିଆଇର ଚିଠି ନେଣଦେଣ ଭିତରେ ଝୁଲି ରହିଛି ୧୨୪ ପିଲାଙ୍କ ଭାଗ୍ୟ। ୩ ମାସ ହେଲା ସେମାନେ ଅଛନ୍ତି ଦ୍ୱନ୍ଦ୍ୱରେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମାଧାନର ରାସ୍ତା ବାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ୧୨ ତାରିଖରେ ଡକାଇଥିଲା ବୈଠକ। ବୈଠକରେ ଏମସିଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇ କୁହାଯାଇଥିଲା ଯେ ମେଡିକାଲ୍ କଲେଜ ବନ୍ଦ ନେଇ ରାଜ୍ୟ ସରକାର ଏକ ଅଣ୍ଡରଟେକିଂ କିମ୍ୱା ଘୋଷଣାନାମା ଦେବା ପରେ ହିଁ ପିଲାଙ୍କୁ ଅନ୍ୟ କଲେଜରେ ଆଡମିଶନ୍ ପାଇଁ ଅନୁମତି ମିଳିବ। ସରକାରୀ କୋଟାରେ ନାମ ଲେଖାଇଥିବା ପିଲାଙ୍କୁ ସରକାରୀ କଲେଜ ଓ ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇଥିବା ପିଲାଙ୍କୁ ଘରୋଇ କଲେଜରେ ନାମଲେଖା ପାଇଁ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ସର୍ଦ୍ଦାର ରାଜା ମେଡିକାଲ କଲେଜର ମ୍ୟାନେଜମେଣ୍ଟ ନାଁରେ ଏଫଆଇର୍ ହୋଇଛି। ଭୁବନେଶ୍ୱରର ହାଇଟେକ୍, ସମ୍ ଏବଂ କିମ୍ସ ପିଲାଙ୍କୁ ଗ୍ରହଣ କରିବା ପାଇଁ ରାଜି ହୋଇଛନ୍ତି। ସର୍ଦ୍ଦାର ରାଜା କଲେଜକୁ ଚଲାଇବା ପାଇଁ ଅନ୍ୟ ଏକ ନୂଆ  ସଂସ୍ଥା ବାଛିବା ପର୍ଯ୍ୟନ୍ତ କଲେଜରେ ଆଡମିଶନ ହେବନାହିଁ। ତେବେ ଏହି ବୈଠକ ପରେ ପିଲାଙ୍କ ଆଡମିଶନ ନେଇ ନୂଆ ପ୍ରସ୍ତାବ ଦେବାକୁ ରାଜ୍ୟକୁ କୁହାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ସର୍ଦ୍ଦାର ରାଜା ମେଡିକାଲ କଲେଜ ପିଲାଙ୍କୁ ଅନ୍ୟ ତିନିଟି ମେଡିକାଲ କଲେଜରେ ନାମଲେଖାଇବାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମକୋର୍ଟ ଓ ହାଇକୋର୍ଟ ମଧ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି। ଏବେ ଏମସିଆଇର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ଏମସିଆଇର ପ୍ରତିକ୍ରିୟା ଆସିଲା ପରେ ସରକାର ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story