ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ଭିଏସଏସ୍ ଛାତ୍ରଛାତ୍ରୀ ବିରୋଧ, ଗେଟରେ ପକାଇଲେ ତାଲା

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପ୍ରସଙ୍ଗ ନେଇ ଭିଏସ୍ଏସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ ଜାରି ରହିଛି। ସର୍ଦ୍ଦାର ରାଜାସ୍ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ବିରୋଧ କରି ଶନିବାର ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ କଲେଜରେ କ୍ଲାସ ବନ୍ଦ ରହିଛି। କର୍ମଚାରୀମାନେ ମଧ୍ୟ କଲେଜ ପରିସରକୁ ପ୍ରବେଶ କରି ପାରି ନାହାନ୍ତି।  ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜରେ […]

burla-protest

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 07:24 AM IST

ସମ୍ବଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ପ୍ରସଙ୍ଗ ନେଇ ଭିଏସ୍ଏସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ ଜାରି ରହିଛି। ସର୍ଦ୍ଦାର ରାଜାସ୍ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ବିରୋଧ କରି ଶନିବାର ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ କଲେଜରେ କ୍ଲାସ ବନ୍ଦ ରହିଛି। କର୍ମଚାରୀମାନେ ମଧ୍ୟ କଲେଜ ପରିସରକୁ ପ୍ରବେଶ କରି ପାରି ନାହାନ୍ତି।  ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଆଡମିସନ୍ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀ ପ୍ରତିବାଦ ଜାରି ରଖିଛନ୍ତି ।

Related story