ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥା କରିବା ନେଇ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ଆଉ ଗୋଟିଏ ଘରୋଇ ସଂସ୍ଥା କରିବା ନେଇ କ୍ୟାବିନେଟ ନିଷ୍ପତ୍ତିକୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି। ଏ ନେଇ ଆଗାମୀ ଦିନରେ କୌଣସି ନିଷ୍ପତ୍ତି ନିଆ ନ ଗଲେ ଡିସେମ୍ୱର ୧୫ ତାରିଖରୁ ପୁଣି ଆନ୍ଦୋଳନ କରାଯିବ ବୋଲି ମେଡ଼ିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। କଲେଜକୁ ସରକାରୀ ମାନ୍ୟତା ପାଇଁ ସରକାର ପଦକ୍ଷେପ ନେବା ପାଇଁ କମିଟି ପୁନର୍ବାର […]

sardar raja

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 04:53 AM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ଆଉ ଗୋଟିଏ ଘରୋଇ ସଂସ୍ଥା କରିବା ନେଇ କ୍ୟାବିନେଟ ନିଷ୍ପତ୍ତିକୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି। ଏ ନେଇ ଆଗାମୀ ଦିନରେ କୌଣସି ନିଷ୍ପତ୍ତି ନିଆ ନ ଗଲେ ଡିସେମ୍ୱର ୧୫ ତାରିଖରୁ ପୁଣି ଆନ୍ଦୋଳନ କରାଯିବ ବୋଲି ମେଡ଼ିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। କଲେଜକୁ ସରକାରୀ ମାନ୍ୟତା ପାଇଁ ସରକାର ପଦକ୍ଷେପ ନେବା ପାଇଁ କମିଟି ପୁନର୍ବାର ଦାବି ଉପସ୍ଥାପନ କରିଛି। ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଦାବି କରାଯାଇଛି। ଛାତ୍ରଛାତ୍ରୀଙ୍କ ଥଇଥାନ ନେଇ ହାଇକୋର୍ଟ ଦେଇଥିବା ରାୟକୁ କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା।

Related story