ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଥଇଥାନ ବିବାଦ: ହାଇକୋର୍ଟରେ ମିସ୍ କେସ୍ ଦାଏର

କଟକ: ସର୍ଦ୍ଦାର ରାଜାସ୍ ମେଡ଼ିକାଲ୍ କଲେଜ ବିବାଦ ଘନେଇବାରେ ଲାଗିଛି। ଇଣ୍ଟରଭେନିଂ ପିଟିସନ୍ ଦାଖଲ କରିଥିବା ମେଡ଼ିକାଲ୍ ଛାତ୍ରଙ୍କ ପକ୍ଷରୁ ଆଜି ପୁଣି ହାଇକୋର୍ଟରେ ଆଉ ଏକ ମିସ କେସ୍ ଦାଏର କରାଯାଇଛି। ଏଥିରେ ଗତ ୧୮ ତାରିଖରେ ହାଇକୋର୍ଟ ଦେଇଥିବା ପୁନଃନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି ପାଇଁ ନିବେଦନ କରାଯାଇଛି। ସମ୍ପୃକ୍ତ ଛାତ୍ରମାନଙ୍କ ପକ୍ଷରୁ ଦାଏର ଇଣ୍ଟରଭେନିଂ ପିଟିସିନ୍ ଉପରେ ଆସନ୍ତା ୯ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କଳାହାଣ୍ଡି ରାଜାସ୍ […]

sardarraja

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 02:00 PM IST

କଟକ: ସର୍ଦ୍ଦାର ରାଜାସ୍ ମେଡ଼ିକାଲ୍ କଲେଜ ବିବାଦ ଘନେଇବାରେ ଲାଗିଛି। ଇଣ୍ଟରଭେନିଂ ପିଟିସନ୍ ଦାଖଲ କରିଥିବା ମେଡ଼ିକାଲ୍ ଛାତ୍ରଙ୍କ ପକ୍ଷରୁ ଆଜି ପୁଣି ହାଇକୋର୍ଟରେ ଆଉ ଏକ ମିସ କେସ୍ ଦାଏର କରାଯାଇଛି। ଏଥିରେ ଗତ ୧୮ ତାରିଖରେ ହାଇକୋର୍ଟ ଦେଇଥିବା ପୁନଃନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି ପାଇଁ ନିବେଦନ କରାଯାଇଛି। ସମ୍ପୃକ୍ତ ଛାତ୍ରମାନଙ୍କ ପକ୍ଷରୁ ଦାଏର ଇଣ୍ଟରଭେନିଂ ପିଟିସିନ୍ ଉପରେ ଆସନ୍ତା ୯ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

କଳାହାଣ୍ଡି ରାଜାସ୍ ମେଡ଼ିକାଲ୍ କଲେଜ ପିଲାଙ୍କୁ ରାଜ୍ୟର ସରକାରୀ ମେଡ଼ିକାଲ୍ କଲେଜ ଗୁଡ଼ିକରେ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଭିଏସ୍ଏସ୍ ଓ ଏମକେସିଜିର ମେଧାବୀ ଛାତ୍ରଛାତ୍ରୀମାନେ ନିମ୍ନ ରାଙ୍କଧାରୀ ସର୍ଦ୍ଦାର ରାଜାସ୍ ମେଡ଼ିକାଲର ଛାତ୍ରଛାତ୍ରୀଙ୍କ ସହ କିଭଳି ପାଠ ପଢ଼ିବେ ବୋଲି ପ୍ରଶାସନର ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ। ଅନ୍ୟପଟେ ଆବଶ୍ୟକ ଭିତ୍ତିଭୂମି ନ କରି ସିଟ୍ ବୃଦ୍ଧି ପ୍ରସ୍ତାବକୁ ଏମସିଆଇ ଖାରଜ କରିଦେଇଥିଲା। ସେହି ସମାନ ଭତ୍ତିଭୂମିରେ ୫୦ ଜଣ ଅଧିକ ଛାତ୍ରଛାତ୍ରୀଙ୍କୁ କିଭଳି ଭାବେ ସେଠାରେ ଥଇଥାନ୍ କରାଯିବ ବୋଲି ଆବେଦନକାରୀମାନେ ପିଟିସିନରେ ଉଲ୍ଲେଖ କରିଥିଲେ।

Related story