ସ୍ୟାଟ୍ ଉଚ୍ଛେଦକୁ ବିରୋଧ: କଟକ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ତଥା ସ୍ୟାଟ୍ ଉଛେଦ ନିଷ୍ପତ୍ତି ବିରୋଧରେ ପୁଣି ତେଜିଲା କଟକ ବାର୍ ଆସୋସିଏସନର ଆନ୍ଦୋଳନ। ଶୁକ୍ରବାର ଦିନକ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଉଭୟ କଟକ ଓ ଭୁବନେଶ୍ୱର ସ୍ୟାଟ୍ ବାର୍। ଏଥିସହ ଆସନ୍ତା ସୋମବାର ଦିନ ଉଭୟ ବାର ପକ୍ଷରୁ ବିଧାନସଭା ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ବାର୍ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ନିଷ୍ପତ୍ତିର […]

ctc

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 07:53 AM IST

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ତଥା ସ୍ୟାଟ୍ ଉଛେଦ ନିଷ୍ପତ୍ତି ବିରୋଧରେ ପୁଣି ତେଜିଲା କଟକ ବାର୍ ଆସୋସିଏସନର ଆନ୍ଦୋଳନ। ଶୁକ୍ରବାର ଦିନକ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଉଭୟ କଟକ ଓ ଭୁବନେଶ୍ୱର ସ୍ୟାଟ୍ ବାର୍। ଏଥିସହ ଆସନ୍ତା ସୋମବାର ଦିନ ଉଭୟ ବାର ପକ୍ଷରୁ ବିଧାନସଭା ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ବାର୍ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ଆଶ୍ୱାସନା ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ଅଦ୍ୟାବଧି କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବାରୁ ସ୍ୟାଟ୍ ବାର୍ ଆଜି ଧର୍ମଘଟକୁ ଓହ୍ଲାଇଛି।

Related story