Advertisment

୭ ମାସ ବିତିଲା; ଆରମ୍ଭ ହୋଇପାରୁନି ନୀଳଡୁଙ୍ଗୁରୀ ଟର୍ମିନାଲ ମାର୍କେଟ କଂପ୍ଲେକ୍ସ

ସମ୍ବଲପୁର: କୃଷି ପ୍ରଧାନ ସମ୍ବଲପୁର ଜିଲ୍ଲାର ନୀଳଡୁଙ୍ଗୁରୀ କୃଷି ଫାର୍ମ ନିକଟରେ ୨୦୧୪ ସେପ୍ଟେମ୍ବର ୨୮ ତାରିଖରେ ଏକ ଟର୍ମିନାଲ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୮ ମାସ ମଧ୍ୟରେ ଏହାକୁ ଶେଷ କରାଯିବ ବୋଲି କୁହାଯାଇଥିଲା। ଏହି କଂପ୍ଲେକ୍ସରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଶୀତଳ ଭଣ୍ଡାର ସହିତ ଓୟାର ହାଉସ୍ ନିର୍ମାଣ ହୋଇଥାଆନ୍ତା । […]

୭ ମାସ ବିତିଲା; ଆରମ୍ଭ ହୋଇପାରୁନି ନୀଳଡୁଙ୍ଗୁରୀ ଟର୍ମିନାଲ ମାର୍କେଟ କଂପ୍ଲେକ୍ସ

marketcomplex

Advertisment

ସମ୍ବଲପୁର: କୃଷି ପ୍ରଧାନ ସମ୍ବଲପୁର ଜିଲ୍ଲାର ନୀଳଡୁଙ୍ଗୁରୀ କୃଷି ଫାର୍ମ ନିକଟରେ ୨୦୧୪ ସେପ୍ଟେମ୍ବର ୨୮ ତାରିଖରେ ଏକ ଟର୍ମିନାଲ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୮ ମାସ ମଧ୍ୟରେ ଏହାକୁ ଶେଷ କରାଯିବ ବୋଲି କୁହାଯାଇଥିଲା। ଏହି କଂପ୍ଲେକ୍ସରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଶୀତଳ ଭଣ୍ଡାର ସହିତ ଓୟାର ହାଉସ୍ ନିର୍ମାଣ ହୋଇଥାଆନ୍ତା । ସ୍ଥାନୀୟ ଅଞ୍ଚଳର ଖାଦ୍ୟଶସ୍ୟ ଏଠାରେ ମହଜୁଦ କରି ରଖାଯାଇଥାଆନ୍ତା ଓ କିଣାବିକାର ବି ବ୍ୟବସ୍ଥା ରହିଥାଆନ୍ତା। କିନ୍ତୁ ଭିତ୍ତି ପ୍ରସ୍ତର ପଡ଼ିବାର ୭ ମାସ ବିତି ଯାଇଥିଲେ ବି ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଭିତ୍ତିପ୍ରସ୍ତର ସ୍ଥଳରେ ଇଞ୍ଚେ ମାଟି ଖୋଳା ଯାଇନି। ୭ ମାସ ହେଲା କେବଳ ଶିଳାନ୍ୟାସ ଫଳକଟି ସ୍ମାରକୀ ହୋଇ ରହିଛି।

Advertisment

ଜାତୀୟ ଉଦ୍ୟାନ କୃଷି ମିଶନ ଜରିଆରେ ଏହି ଟର୍ମିନାଲ୍ ମାର୍କେଟ କଂପ୍ଲେକ୍ସର ନିର୍ମାଣ କରିବା ପାଇଁ ଠିକା ନେଇଛି ବେଙ୍ଗଲୁରୁର ଏଲଏମଜେ ଇଣ୍ଟରନ୍ୟାସନାଲ ସଂସ୍ଥା। ଶିଳାନ୍ୟାସ ଦିନ ଏହି ସଂସ୍ଥାର ସିଇଓ ପି.ବି ରାଜଗୋପାଲ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସେହି ଦିନଠାରୁ ନା ସିଇଓଙ୍କୁ କେବେ ଦେଖିବାକୁ ମିଳିଛି ନା କଂପାନୀର ଅନ୍ୟ କୌଣସି କର୍ମଚାରୀଙ୍କୁ। ୭ ମାସ ବିତି ଯାଇଥିଲେ ବି କଂପାନୀ ପକ୍ଷରୁ ସମ୍ବଲପୁରରେ ଅଫିସଟିଏ ଖୋଲା ଯାଇନି। ଏପରିକି ଗତ ଡିସେମ୍ବର ୧୧ ତାରିଖରେ ଉଦ୍ୟାନ କୃଷି ନିଦେ୍ର୍ଧଶକ କଂପାନୀର ସିଇଓ ରାଜଗୋପାଲଙ୍କୁ ଡିପିଆର ପ୍ରସ୍ତୁତିରେ ବିଳମ୍ବ ହେଉଥିବା ନେଇ ଏକ ଚିଠି ଲେଖିଥିଲେ। ତା’ସତ୍ତ୍ୱେ କଂପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ନାହିଁ।

ଉଦ୍ୟାନ କୃଷି ଉପନିଦେ୍ର୍ଧଶକ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୬୦ ଏକର ଜମି ଏବେ ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ରହିଛି। ତାକୁ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯିବା ଲାଗି ଯୋଜନା ଚାଲିଛି। ଏହାଠାରୁ ଅଧିକ ତଥ୍ୟ ତାଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ଏହି କଂପ୍ଲେକ୍ସ ନିର୍ମାଣ କରିବା ଲାଗି ଠିକା ନେଇ ଥିବା କଂପାନୀର ସିଇଓଙ୍କ ନିକଟକୁ ଆମ ପ୍ରତିନିଧି ଫୋନରେ ଯୋଗାଯୋଗ କରିଥିଲେ ହେଁ ସେ ଏ ପ୍ରସଙ୍ଗରେ କିଛି କହିବାକୁ ମନା କରି ଦେଇଥିଲେ।

Advertisment

କୃଷକ ନେତା ଅଶୋକ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ଧାନ ଓ ଆଳୁ ଚାଷୀ ବିଶେଷ ଭାବେ ଉପକୃତ ହୋଇଥାଆନ୍ତେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe